ଜନସେବାରେ କୋଶଲ ପରିବାର ଗଠନ

3

 ଲୋକଙ୍କୁ ସାହାଯ୍ୟ କରିବା ମଣିଷ ଧର୍ମ:- ଡା. ସୁଦାମ ସାହୁ 

   ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଠାରେ କୋଶଲ ପରିବାର ନାମକ ଏକ ଜନସେବାରେ ଉତ୍ସର୍ଗୀକୃତ ସଂସ୍ଥାକୁ ଟ୍ରଷ୍ଟ ଆଇନ ଅନୁସାରେ ରେଜିଷ୍ଟ୍ରେସନ ନମ୍ବର ମଧ୍ୟ ମିଳି ସାରିଛି।ଉକ୍ତ ଟ୍ରଷ୍ଟର ଉପଦେଷ୍ଟା ଭାବେ ଡ଼ା ସୁଶାନ୍ତ ମେହେର ସଚିତାନନ୍ଦ ପଧାନଙ୍କୁ ସର୍ବସମ୍ମତି ଅନୁସାରେ ଗ୍ରହଣ କରାଯାଇଥିବାବେଳେ,ଡ଼ା. ସୁଦାମ ସାହୁ ସଭାପତି, ଅଚ୍ୟୁତାନନ୍ଦ ଦାଶ ଉପସଭାପତି, ଅଚ୍ୟୁତ ତ୍ରିପାଠୀ ସମ୍ପାଦକ, ତ୍ରିଲୋଚନ ବେହେରା ସହ-ସମ୍ପାଦକ, ବିଜୟ ତ୍ରିପାଠୀ ସାଂସ୍କୃତିକ ସମ୍ପାଦକ ଏବଂ ସଞ୍ଜିବ ପ୍ରଧାନ ସର୍ବସମ୍ମତିରେ ନିର୍ବାଚିତ ହୋଇଛନ୍ତି।ଉକ୍ତ ଟ୍ରଷ୍ଟ ଅନୁସାରେ ଆଗାମୀ ମାର୍ଚ୍ଚ ୮ ତାରିଖରେ ନିକଟସ୍ଥ ସାଇପାଲି ଠାରେ ଶିବ ମନ୍ଦିର ପ୍ରତିଷ୍ଠା  ଏବଂ ମାର୍ଚ୍ଚ ୧୦ ରେ ରଙ୍ଗମାଟିଆ ଡୁଙ୍ଗୁରି ବାବା ମନ୍ଦିର ପ୍ରତିଷ୍ଠା ଅବସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରଖାଯାଇଛି। ଉକ୍ତ କୋଶଲ ପରିବାର ସମାଜର ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ଜନହିତକର କାର୍ଯ୍ୟ କରିବାକୁ ସଂକଳ୍ପ ନେଇଛି।ଉକ୍ତ ଟ୍ରଷ୍ଟରେ ଅଜିତ ତ୍ରିପାଠୀ, ଅଶୋକ ପୂଜାରୀ, ଝସକେତନ ସାହୁ, ମହାଦେବ ରଥ,ରସିକ ମେହେର,ତରଣୀସେନ ସାହୁ ସମସ୍ତ ଗୁରୁଦାୟିତ୍ଵ ତୁଲାଇବେ ବୋଲି କୋଶଲ ପରିବାର ଟ୍ରଷ୍ଟ ପକ୍ଷରୁ ପ୍ରକାଶ

Leave A Reply

Your email address will not be published.