ରାଉରକେଲା, (ବସନ୍ତ କୁମାର ଜେନା): ସହରର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପଞ୍ଚତତ୍ବ ଗତ ଫେବୃଆରୀ ମାସ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ବିହାର ର ବରିଆରପୁର ଠାରେ ଆୟୋଜିତ ହୋଇଥିବା ଅନ୍ତଃର୍ଜାତୀୟ ସାଂସ୍କୃତିକ ମହୋତ୍ସବ ଅଙ୍ଗ ନାଟ୍ୟ ଯଜ୍ଞର ୨୫ ତମ ବାର୍ଷିକୋତ୍ସବ ରେ ସଫଳତା ହାସଲ କରି ସହରକୁ ଗୈାରବାନ୍ବିତ କରିଛନ୍ତି। ଏନେଇ ସେକ୍ଟର ୧ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ପଞ୍ଚତତ୍ବ ର ନିର୍ଦ୍ଦେଶକ ନିହାର ରଞ୍ଜନ ମିଶ୍ର ଓ ସମ୍ପାଦକ ଜନ୍ମଞ୍ଜୟ ମହାନ୍ତି ତଥା ଅନ୍ୟମାନେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଏହି ସାଂସ୍କୃତିକ ମହୋତ୍ସବରେ ଅଷ୍ଟ୍ରିଆ, ଶ୍ରୀଲଙ୍କା, ନେପାଳ ସମେତ ଦେଶର ବିଭିନ୍ନ ସ୍ଥାନରୁ ୧୮ଟି ଦଳ ଅଂଶଗ୍ରହଣ କରି ନାଟକ ପ୍ରଦର୍ଶନ କରିଥିଲେ। ଏଥିରେ ରାଉରକେଲା ର ପଞ୍ଚତତ୍ବ ତରଫରୁ ନିହାର ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ହାସ୍ୟରସ ନାଟକ ନାରୀର ମୁହଁ ସବୁ ଓ ପଥପ୍ରାନ୍ତ ନୁକ୍କଡ ନାଟକ ମାଙ୍କଡ ତାମସା ପ୍ରଦର୍ଶିତ ହୋଇଥିଲା। ସାମାଜିକ ବ୍ୟବସ୍ଥାକୁ ନେଇ ନାଟକ ନାରୀର ମୁହଁ ସବୁ ର ବିଷୟ ବସ୍ତୁ ହେଲା ଯେବେଠାରୁ ସୃଷ୍ଟି ଆରମ୍ଭ ହୋଇଛି ସେବେଠାରୁ ପୁରୁଷ କୁ ପ୍ରଥମ ଓ ନାରୀକୁ ଦ୍ବିତୀୟ ସ୍ଥାନ ରେ ରଖିଛି। ନାରୀ ମଧ୍ୟ ଉତ୍ସର୍ଗୀକୃତ ମନୋଭାବ ଦ୍ବାରା ଏହାକୁ ସ୍ୱୀକାର କରିନେଇଛି। ହେଲେ ନାରୀକୁ ଉପଯୁକ୍ତ ସମ୍ମାନ ମିଳିପାରିଲେ ସମାଜର ଉନ୍ନତି ସମ୍ଭବ, ଏଭଳି ବିଷୟବସ୍ତୁ ନେଇ ନାଟକ ପ୍ରଦର୍ଶିତ ହୋଇଥିଲା। ନାଟକ ଟି ଚତୁର୍ଥ ସ୍ଥାନ ଅଧିକାର କରିଥିବାବେଳେ ଦୁଇଟି ବିଭାଗରେ ପୁରସ୍କୃତ ହୋଇଥିଲା।ମାଙ୍କଡ ତାମସାରେ ଅନୁଷ୍ଠାନ ଶ୍ରେଷ୍ଠ ନାୟକ, ଶ୍ରେଷ୍ଠ ନାୟିକା, ଶ୍ରେଷ୍ଠ ଖଳନାୟକ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ପ୍ରଯୋଜନା ଓ ଶ୍ରେଷ୍ଠ ଲେଖକ ପୁରସ୍କାର ହାତେଇବାରେ ସକ୍ଷମ ହୋଇଥିଲା। ଏହି ନାଟକରେ ସଂଗୀତ କୁ ରତିକାନ୍ତ ଗୈାଡ ଓ ରୋନିତ ଶିଖା, ସହଯୋଗ ରେ ସୁଜାତା ସାମଲ,ସୁଦେଷ୍ଣାରାଣୀ ରାଉତ, ଶ୍ରଦ୍ଧାଞ୍ଜଳି ଦାସ ଓ ଅଭିନୟରେ ଜନ୍ମଞ୍ଜୟ ମହାନ୍ତି,ସ୍ମାରକ ଅନୁରାଗ ବାରିକ, ଆନନ୍ଦ ବାଗ୍, ଐଶ୍ୱର୍ଯ୍ୟା ମହାନ୍ତି,ଶୁଭସ୍ମିତା ମହାନ୍ତି,କେ ପି ଶୁଭମ୍,ସାନିଆ ସାହୁ, ସାଇଚନ୍ଦନ ପ୍ରଧାନ,ତ୍ରିବିକ୍ରମ ତ୍ରିପାଠୀ, ସ୍ବାଭିମାନ ଭୋଇନା,ପ୍ରେମ ନାଗ୍, ଶ୍ରୀକାନ୍ତ ନନ୍ଦ,ଫୁଲ ମୁର୍ମୁ, ବନ୍ଦନା ନାୟକ,ଦିବ୍ୟାଂଶୁ ସାହୁ,ଅମିଶା ମିଶ୍ର,ରୁଦ୍ରଦେବ ମିଶ୍ର, ଓମ୍ ପାତ୍ର,ସ୍ବରୁପ ବେହୁରା ପ୍ରମୁଖ ଅଭିନୟ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ଓ ସମ୍ପାଦକଙ୍କ ସହ ସମସ୍ତ ଅଭିନେତା ଅଭିନେତ୍ରୀ ମାନେ ଉପସ୍ଥିତ ଥିଲେ। ଶେଷରେ ସମ୍ପାଦକ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post