କୁରାଳ ମାତୃଭୂମି ପକ୍ଷରୁ ୨ଶହ ତାଳ ବିହନ ରୋପଣ,

10


ଓଡ଼ଗାଁ, ୨୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଳ ମାତୃଭୂମି ସଂଗଠନ ପକ୍ଷରୁ ଚଳିତ ବର୍ଷ ୨ଶହ ତାଳ ବିହନ (ଖୁକୁଣ୍ଡି) ରୋପଣ କରାଯାଇଛି। ସଂଗଠନର ସଦସ୍ୟ ରାମକୃଷ୍ଣ ସାହୁ, ରାଜକିଶୋର ନାୟକ ଓ ଶାନ୍ତନୁ ବିଶୋଇଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ପାଣ୍ଡେରିପଡ଼ାଠାରୁ ଗିରିଡ଼ିପଲ୍ଲୀ ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ୱରେ ଏହି ବିହନ ରୋପଣ କରିଛନ୍ତି। ବଜ୍ରପାତ ସମୟରେ ତାଳଗଛ ମଣିଷ ଓ ଗୃହପାଳିତ ପ୍ରାଣୀଙ୍କ ପାଇଁ ସୁରକ୍ଷାଦାୟକ ହୋଇଥିବାବେଳେ ପରିବେଶ ସୁରକ୍ଷାରେ ମଧ୍ୟ ଏହାର ଗୁରୁତ୍ୱ ରହିଛି। ଏଥିସହ ତାଳରୁ ରସ, ଗୁଡ଼, ପିଠା ଆଦି ପ୍ରସ୍ତୁତ ହେଉଥିବା ବେଳେ ତାଳପତ୍ରରୁ ବିଭିନ୍ନ ଉପଯୋଗୀ ପାତ୍ର ଓ ସାମଗ୍ରୀ ତିଆରି ହୋଇଥାଏ। ତାଳଗଛର କାଠ ମଧ୍ୟ ବିଭିନ୍ନ କାମରେ ବ୍ୟବହୃତ ହୁଏ। ପୂର୍ବ ବର୍ଷଗୁଡ଼ିକରେ ରୋପଣ କରାଯାଇଥିବା ତାଳ ବିହନଗୁଡ଼ିକ ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଛି। ତାଳଗଛର ଉପକାରିତାକୁ ଦୃଷ୍ଟିରେ ରଖି ସଂଗଠନ ପ୍ରତିବର୍ଷ ୨ଶହରୁ ୫ଶହ ପର୍ଯ୍ୟନ୍ତ ତାଳ ବିହନ ରୋପଣ କରିବାକୁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିବା ସହ ସହଯୋଗର ହାତ ବଢ଼ାଇଛନ୍ତି। ଆଗାମୀ ଦିନରେ ସଂଗଠନ ପକ୍ଷରୁ ଆହୁରି ବିଭିନ୍ନ ଜନହିତକର କାର୍ଯ୍ୟ କରାଯିବ ବୋଲି କାର୍ଯ୍ୟକର୍ତ୍ତାମାନେ କହିଛନ୍ତି।

Leave A Reply

Your email address will not be published.