
ବାଲୁଗାଁ:(ସେକ କୌସର):ଶୁକ୍ରବାର ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥ ବାଲୁଗାଁ ବାଇପାସ ସରନଈ ଓଭର ବ୍ରିଜ ନିକଟରେ ଏକ ଦୁର୍ଘଟଣା ଘଟିଯାଇଛି। ଏକ ସ୍କର୍ପିଓକୁ ପଛପଟୁ ଯାତ୍ରୀବାହୀ ବସ ଧକ୍କା ଦେଇ ଡିଭାଇଡ଼ର ଉପରେ ବସ ଚଢ଼ିଯାଇଥିଲା। ଏଥିରେ କେହି ଆହତ ହୋଇନଥିବା ଜଣାପଡିଛି।ଖବର ମୁତାବକ ଗତକାଲି ବିଳମ୍ବିତ ରାତିରେ ଏକ ଭଲଭୋ ବସ ୪୦ ଜଣ ଯାତ୍ରୀଙ୍କୁ ନେଇ କୁମ୍ଭମେଳା ସାରି ବିଜୟୱାଡା ଅଭିମୁଖେ ଯାଉଥିଲା। ସରନଈ ଓଭର ବ୍ରିଜ ନିକଟରେ ସମାନ ଦିଗରେ ବସ ସମ୍ମୁଖରେ ଯାଉଥିବା ଏକ ସ୍କର୍ପିଓ ହଠାତ ବ୍ରେକ ମାରିବା ଯୋଗୁଁ ବସଟି ଭରସାମ୍ୟ ହରାଇ ସ୍କର୍ପିଓ ପଛ ପାର୍ଶ୍ୱକୁ ଧକ୍କା ଦେଇଥିଲା। ଫଳରେ ଡିଭାଇଡ଼ର ଉପରେ ବସଟି ଚଢ଼ି ଯାଇଥିଲା।ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ସମସ୍ତଙ୍କୁ ଅନ୍ୟ ବସରେ ସେମାନଙ୍କ ଗନ୍ତ୍ୟବ ସ୍ଥଳକୁ ପଠା ଯାଇଥିଲା। ଦୁର୍ଘଟଣା ଗ୍ରସ୍ତ ବସ ଡ୍ରାଇଭରକୁ ଅଟକ ପୋଲିସ ତଦନ୍ତ ଜାରି ରଖିଛି।
Sign in
Sign in
Recover your password.
A password will be e-mailed to you.
Next Post