ଓଡ଼ଗାଁରେ ଲମ୍ଫି ଭାଇରସ ଆତଙ୍କ,

10


କେତେକ ଗାଈ ଓ ବାଛୁରୀ ସଂକ୍ରମିତ, ସତର୍କ ରହିବାକୁ ପରାମର୍ଶ


ଓଡ଼ଗାଁ, ୨୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ ଗାଈଗୋରୁଙ୍କ ମଧ୍ୟରେ ଲମ୍ଫି ଭାଇରସ୍‌ (ଲମ୍ଫି ସ୍କିନ୍‌ ଡିଜିଜ୍‌) ସଂକ୍ରମଣ ଦେଖାଦେଇଛି। ଓଡ଼ଗାଁ ଏନ୍‌ଏସି ଅଞ୍ଚଳରେ କେତେକ ଗାଈ ଓ ବାଛୁରୀ ଏହି ରୋଗରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଖବର ପାଇ ଓଡ଼ଗାଁ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ସଂକ୍ରମିତ ଗାଈଗୋରୁଙ୍କ ଚିକିତ୍ସା ଆରମ୍ଭ କରାଯାଇଛି। ଲମ୍ଫି ଭାଇରସ୍‌ ଏକ ସଂକ୍ରାମକ ରୋଗ ହୋଇଥିବାରୁ ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିଲେ ଅନ୍ୟ ଗାଈଗୋରୁଙ୍କ ମଧ୍ୟରେ ମଧ୍ୟ ଏହା ବ୍ୟାପିବାର ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ସଂକ୍ରମିତ ପଶୁଙ୍କୁ ଅନ୍ୟ ଗାଈଗୋରୁଙ୍କଠାରୁ ଅଲଗା ରଖିବା ସହ ଗୋଶାଳା ଓ ପରିବେଶକୁ ପରିଷ୍କାର ରଖିବାକୁ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ଗୋପାଳକମାନଙ୍କୁ ସଚେତନ କରାଯାଇଛି। ସଂକ୍ରମଣର ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସହ ଯୋଗାଯୋଗ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.