ବେଲଗୁଣ୍ଠା ,-(ଶିବରାମ ଚୌଧୁରୀ )-, କ୍ଷେତ୍ରୀୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ବିଶ୍ୱମାତୃଭାଷା ଦିବସ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ ପୌରହିତ୍ୟରେ ପାଳିତ ହୋଇଅଛି I ଏହି ଅବସରରେ ଓଡ଼ିଆ ବିଭାଗ ଅଧ୍ୟାପକ ସଞ୍ଜତ କୁମାର ଦାସ ଓଡ଼ିଆ ଭାଷାର ଏହିତ୍ୟ ଓ ଉନତି ନିମନ୍ତେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅବଦାନ ଅତୁଳନୀୟ ବକ୍ତବ୍ୟ ପ୍ରଦାନ କରିଥିଲେ I ଅଧ୍ୟାପକ ଡ଼ଃ ଗିରିଧର ନାୟକ, ଅଧାପକ ଅନିଲ କୁମାର ସ୍ୱାଇଁ, ଅଧ୍ୟାପକ ସିମାଞ୍ଚଳ ମହାନ୍ତି,ଅଧ୍ୟାପିକା ଧରିତ୍ରୀ ରାଣୀ ସ୍ୱାଇଁ, ଅନିତା ତ୍ରିପାଠୀ, ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ମଂଚାସୀନ ରହି ମାତୃଭାଷା ପଠନର ଗୁରୁତ୍ୱ ଉପରେ ଶିକ୍ଷlଥି ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ I ଜାତୀୟ ଯୋଜନା ଅଧିକାରୀ ଅଧ୍ୟାପକ ସିମାଞ୍ଚଳ ମହାନ୍ତି ପରିଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post