ଭୁବନେଶ୍ୱର : ଇଣ୍ଡସ ଭେଲି ଟାଇମ୍ସ ଓ ସେଣ୍ଟର ଫର୍ ସୋସିଓ ଇକୋନୋମିକ ଷ୍ଟଡିଜ୍ (ସିଏସଇଏସ) ପକ୍ଷରୁ ଆୟୋଜିତ ଭାଇବ୍ରାଣ୍ଟ ଓଡ଼ିଶା ସମ୍ମିଳନୀରେ ଟିପିଏନଓଡିଏଲ୍ ଲୋକ ସମ୍ପର୍କ ଅଧିକାରୀ ଚିତ୍ତ ରଞ୍ଜନ ପ୍ରଧାନଙ୍କୁ ସମ୍ମାନୀତ କରାଯାଇଛି।
ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଲୋକ ସମ୍ପର୍କ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଉତ୍ସବରେ ଉପମୁଖ୍ୟ ମନ୍ତ୍ରୀ ଶ୍ରୀ ସିଂ ଦେଓଙ୍କ ସମେତ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
