ନୟାଗଡ଼ରେ ମିଳିତ ମଞ୍ଚର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ ।

0 2

ନୟାଗଡ଼(ବିଶ୍ୱଜିତ ନାୟକ) :- ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ବୈଠକ ବ୍ରଜେନ୍ଦ୍ର ଉଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଲୋଷ୍ଟାର ଜିଲ୍ଲା ସମ୍ପାଦକ ନୀଳାଦ୍ରି ଭୂଷଣ ସୁବୁଦ୍ଧି ସଭାପତିତ୍ବ କରିଥିଲେ । ନୟାଗଡ଼ ଜିଲ୍ଲା ଓଷ୍ଟାର ନୂତନ ସମ୍ପାଦକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଶ୍ରୀଯୂକ୍ତ ମାନସ କୁମାର ସାହୁ ଙ୍କୁ ପୂର୍ବ ସମ୍ପାଦକ ତଥା ଜିଲ୍ଲା ଯୁଗ୍ମ ସମ୍ପାଦକ ପରମାନନ୍ଦ ଦଳାଇଙ୍କ ସମେତ ମଞ୍ଚାସୀନ ମାଣିକେଶ୍ବର ସ୍ୱାଇଁ, ସମ୍ପାଦକ ରାଜ୍ୟ କାର୍ଯ୍ୟକାରିଣୀ ଓଷ୍ଟା, ରାଜ୍ୟ ଓଷ୍ଟାର ସଦସ୍ୟ ବିନାୟକ ପରିଡ଼ା, ଜିଲ୍ଲା ଓଷ୍ଟାର ସଭାପତି ଅଯୋଧ୍ୟା ନାଥ ନାୟକ ,ଜିଲ୍ଲା କର୍ଯ୍ୟକାରୀ ସଭାପତି ଘନଶ୍ୟାମ ରାଉତ,୧୯୪ ସଂଗଠନର ନେତୃତ୍ବ ଇନ୍ଦ୍ରମଣି ବାରିକ ପ୍ରଭୃତି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହାପରେ ସମ୍ପାଦକ ବୈଠକର ଆଭିମୁଖ୍ୟ ଜଣାଇବା ପରେ ଶିକ୍ଷକ କର୍ମଚାରୀମାନେ ନିଜ ନିଜର ମତବ୍ୟକ୍ତ କରି ସରକାରଙ୍କ କାଳକ୍ଷେପଣ ନୀତିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସଂଗଠନର ବିଚାରଧାରା ଏବଂ ଆଦର୍ଶ ନେତୃତ୍ୱକୁ ପୁଞ୍ଜିକରି ଆଗାମୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି ପର୍ବ ଉପରେ ଆଲୋଚନା କରିଥିଲେ । ରାଜ୍ୟ ନେତୃତ୍ୱ ବିନାୟକ ପରିଡ଼ା ସଂଗଠନର ଏକତା ଆନ୍ଦୋଳନର ପନ୍ଥା ଉପରେ ଆଲୋଚନା କରିଥିଲେ । ମାଣିକ ସାର୍ ମିଳିତ ମଞ୍ଚର ଦାବୀ ଗୁଡିକ ଆଲୋଚନା କରି ଆସନ୍ତା କାଲି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପଠାଇବାକୁ ମିଳିତ ମଞ୍ଚର ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । ଏହାପରେ ସଭାପତି ସମସ୍ତଙ୍କ ସହଯୋଗ କାମନା କରି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ପରିଶେଷରେ ନୟାଗଡ଼ ଜିଲ୍ଲା ଓଷ୍ଟାର ଉପ ସଭାପତି ନିରାକାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.