ଡକ୍ଟର ଆମ୍ବେଦକର ସାମାଜିକ ନ୍ୟାୟ ପରିଷଦର ଆଡହକ କମିଟି ଗଠିତ।

0 2

କେନ୍ଦୁଝର,ତା୧୬/୨- ସ୍ଥାନୀୟ ବଡହଳ ସ୍ଥିତ ଭୂୟାଁ ସାଂସ୍କୃତିକ ଭବନରେ ଆଜି ଡକ୍ଟର ଆମ୍ୱେଦକର ସାମାଜିକ ନ୍ୟାୟ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବରିଷ୍ଠ ରାଜନେତା କବି ତଥା ସମାଜ ସଂସ୍କାରକ ପୂର୍ବତନ ତେଲକୋଇ ବିଧାୟକ ଶ୍ରୀ ପ୍ରାଣ ବଲ୍ଲଭ ନାୟକ ଏହି ବୈଠକରେ ସଭାପତିତ୍ବ କରୁଥିଲେ। ଜିଲ୍ଲାର ସବୁ ଅଞ୍ଚଳରୁ ପ୍ରତିନିଧି ମାନେ ଏଥିରେ ଯୋଗ ଦେଇଥିଲେ। ବାବା ସାହେବଙ୍କ ନାମରେ ଅନେକ ଅନୁଷ୍ଠାନ ଥିଲେ ମଧ୍ୟ ଆଜିର ଏହି ନୂଆ ସଂଗଠନ ସମସ୍ତଙ୍କ ସହ ଯୋଗାଯୋଗ କରି ବାବା ସାହେବଙ୍କ ନ୍ୟାୟ ବ୍ୟବସ୍ଥାକୁ ସାଧାରଣ ଦଳିତ ଆଦିବାସୀ ପଛୁଆ ବର୍ଗ ସଂଖ୍ୟା ଲଘୁ ବର୍ଗ ଲୋକଙ୍କ ପାଖରେ କିପରି ପହଞ୍ଚାଇ ପାରିବ ସେବାବଦରେ ବିଶେଷ ଆଲୋଚନା ହୋଇଥିଲା। ସର୍ବ ସମ୍ମତି କ୍ରମେ ଅନୁଷ୍ଠାନ ନାମ ରଖା ଯାଇଥିଲା। ସମାଜରେ ସବୁଠାରୁ ଅବହେଳିତ ନିର୍ଯ୍ୟାତିତ ଲୋକଙ୍କ ପାଖରେ ଠିଆ ହେବାକୁ ସମସ୍ତେ ନିଷ୍ପତ୍ତି ନେଇଥିଲେ। ଆଗାମୀ ଦିନରେ ଏହି ସଂଗଠନ ବଳିଷ୍ଠ ହୋଇ ପୂର୍ଣ୍ଣାଙ୍ଗ ସାଧାରଣ ବୈଠକ କରିବ ବୋଲି ଆଲୋଚନା ହୋଇଥିଲା। ବିଭିନ୍ନ ପ୍ରାନ୍ତରୁ ଆସି ଥିବା ଆଲୋଚକ ମାନେ ଅଞ୍ଚଳ ତଥା ଜିଲ୍ଲା ସମସ୍ୟା କଥା କହିଥିଲେ। ସହମତିରେ ଏକ ଆଡହକ କମିଟି ଏହି ଅନୁଷ୍ଠାନ ପରିଚାଳନା ଲାଗି ଗଠନ କରାଯାଇଥିଲା। ଏଥିରେ ସ୍ଥାୟୀ ଅଧ୍ୟକ୍ଷ ରୂପେ ଶ୍ରୀ ପ୍ରାଣ ବଲ୍ଲଭ ନାୟକ ରହିଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ଜନାର୍ଦ୍ଦନ ନାୟକ ଏବଂ ଅନ୍ୟାନ୍ୟ ସମ୍ପାଦକ ମଣ୍ଡଳୀ ଭାବେ ଅଧିବକ୍ତା ଶ୍ରୀ ଦୈତାରି ଆପଟ୍, ଶ୍ରୀ କୁମାର ମଣି ତନ୍ତୀ,ଶ୍ରୀ ରମେଶ ଚନ୍ଦ୍ର ସେଠୀ,ଶ୍ରୀ ବିଜୟ କୁମାର ହେମ୍ବ୍ରମ,ଶ୍ରୀ କମଳାକାନ୍ତ ସିଂହ,ଶ୍ରୀ ଇନ୍ଦ୍ରମଣି ଦେହୁରୀ,ଶ୍ରୀ ରାମେଶ୍ବର ମାଝୀ,ଶ୍ରୀ ସମରା ଟୁଡୁ ମନୋନୀତ ହୋଇଥିଲେ। ଏହି ବୈଠକରେ ପୂର୍ବତନ ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାୟକ ଏବଂ ସର୍ବଶ୍ରୀ ଦିଲୀପ କୁମାର ସାହୁ,ନିର୍ମଳ କୁମାର ନାୟକ,କୁମ୍ଭକର୍ଣ୍ଣ ଦେହୁରୀ,ସୁଶାନ୍ତ ମୁର୍ମୁ,ଅଲେଖ ପାତ୍ର,କୃଷ୍ଣ ଚନ୍ଦ୍ର ଦେହୁରୀ,ଅଲେଖ ଚରଣ ନାୟକ,ବିଜୟ କୁମାର ହେମ୍ବ୍ରମ, ନଗେନ କୁମାର ମାଝୀ,ଚକ୍ରଧର ନାୟକ,ତ୍ରିଲୋଚନ ନାୟକ ଆଦି ଯୋଗ ଦେଇଥିଲେ।

Leave A Reply

Your email address will not be published.