ମାଦ୍ରି କାଲୋ ଙ୍କୁ ସ୍ଵାଧୀନତା ସଂଗ୍ରାମୀ ମାନ୍ୟତା ନ ମିଳିଲେ ଆନ୍ଦୋଳନ ହେବ
ସୁନ୍ଦରଗଡ/ବଡ଼ଗାଁ:– ଭୂୟାଁ ଆଦିବାସି ବୀର ମାଦ୍ରି କାଲୋ ଙ୍କ ଜନ୍ମ ମାଟି ବଡ଼ଗାଁ ରେ ସର୍ବ ଭାରତୀୟ ଅଖଣ୍ଡ ଭୁୟାଁ ମହା ସମାଜ ର ଦୁଇ ଦିବସୀୟ ୩୮ ତମ ବଡ଼ଗାଁ ମହାସଭା ମହା ସମାରୋହ ରେ ଉଦ୍ଘାଟିତ ହୋଇ ଯାଇ ଅଛି। ମହାସଭା ଆରମ୍ଭ ପୂର୍ବରୁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇ ମହାସଭା ପୁଜା ସ୍ଥଳ ରେ ଇଷ୍ଟ ଦେବୀ ମା ଦୁର୍ଗା ଙ୍କ ପୁଜା ଓ ବୀର ମlଦ୍ରି କାଲୋ ଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଂଜଳି ଜଣାଇଥିଲେ। ଏହା ପରେ ସାନ ଦୁଆର ଭୂୟାଁ ବ୍ଲକ ସଭାପତି ରଘୁନାଥ କାଲୋ, ଏବଂ ବିମ୍ବାଧର ଅମାତ, କେନ୍ଦ୍ର କମିଟି ସଭାପତି ମେଘନାଦ ନାଏକ, ଜିଲ୍ଲା ସଭାପତି ଉଦିତ ଅମାତ,କେନ୍ଦ୍ରୀୟ ସମ୍ପାଦକ ରାମ ଚନ୍ଦ୍ର ଅମାତ, ବରିଷ୍ଠ ଉପ ସଭାପତି ଦେବେନ୍ଦ୍ର ଅମାତ, ପ୍ରମୁଖ ଜାତିର ପତାକା ଉତ୍ତୋଳନ କରିବା ପରେ ଦ୍ଵୀପ ପ୍ରଜ୍ବଳନ କରି ୩୮ ତମ ମହାସଭା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ସଭାପତି। ବରିଷ୍ଠ ଉପଦେଷ୍ଟା ମୁଖରାମ ନାଏକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ମହାସଭା ରେ ସାନ ଦୁଆର ବ୍ଲକ ସଭାପତି ଙ୍କ ଉଦ୍ଘାଟନୀ ଅଭିଭାଷଣ ପରେ ସମାଜ ର ବରିଷ୍ଠ ସାମାଜିକ ବନ୍ଧୁ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ମହାସଭାରେ ବିଶେଷ କରି ନାରିଶିକ୍ଷା, ସମାଜ ର ମୁଖ୍ୟ ସ୍ରୋତରେ ଯୁବ, ମହିଳା ଙ୍କ ଭାଗିଦାରୀ, ଭୁୟାଁ ସମାଜ ସଂସ୍କୃତି,ପରମ୍ପରା ର ସୁରକ୍ଷା, ଖଣ୍ଡାୟତ ଭୂୟାଁ ପ୍ରସଙ୍ଗ, ଜିଲ୍ଲା ର ବିସ୍ଥାପିତ ପ୍ରସଙ୍ଗ ସହ ବହୁ ପ୍ରତିକ୍ଷୀତ ଦାବି ବୀର ମାଦ୍ରି କାଲୋ ଙ୍କୁ ସ୍ଵାଧୀନତା ସଂଗ୍ରାମୀ ର ମାନ୍ୟତା ପ୍ରଦାନ ଉପରେ ଆଲୋଚନା କରାଯାଇଥିଲା, ବୀର ମାଦ୍ରି କାଲୋ ଙ୍କୁ ସ୍ଵାଧୀନତା ସଂଗ୍ରାମୀ ମାନ୍ୟତା ନଦେବା ସହ ସୁନ୍ଦରଗଡ ଜିଲ୍ଲାର ଜନଜାତି ସଂଗ୍ରାମୀ ଙ୍କୁ ଉପେକ୍ଷା ଆଉ ବରଦlସ୍ତ କରାଯିବ ନାହିଁ ବୋଲି ମତ ପ୍ରକାଶ ପାଇଥିଲା। ଏଣୁ ସମସ୍ତ ଜନଜାତି ଏକଜୁଟ ହେଇ ଆସନ୍ତା ଦିନରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ଦାବି ଉଠିଛି। କେନ୍ଦ୍ର କମିଟି ସମ୍ପାଦକ ରାମ ଚନ୍ଦ୍ର ଅମାତ ମଞ୍ଚ ପରିଚାଳନା କରି ଥିବା ବେଳେ ସବଡେଗା ରୁ ଦେବେନ୍ଦ୍ର ଭିତ୍ରିଆ,ବାଲି ଶଙ୍କରା ରୁ ଭବାନୀ ଶଙ୍କର ମାଝୀ,ଟାଙ୍ଗରପାଲି ରୁ ଭୋଜରlଜ୍ ଡନସନl , ମଣ୍ଡଳ ସଭାପତି ପ୍ରତାପ ନାରାୟଣ ସିଂହ, କେନ୍ଦ୍ର କମିଟି ରୁ ପୂର୍ଣ୍ଣ ଚନ୍ଦ୍ର ଗୁରୁ, ଜେନା ମଣି ନାଏକ, ହିରେନ୍ ପାତ୍ର, ସୁସର୍ମା ନାଏକ,ଅରୁଣ ମାଝୀ, ଯୁଧିଷ୍ଟିର ସରଲିଆ, ବିରେନ୍ଦ୍ର ରାଉତ ପ୍ରମୁଖ ମଞ୍ଚlସିନ ଥିଲେ । ପଦ୍ମଲୋଚନ ନାଏକ ଙ୍କ ସହ ଯୁବ ସଦସ୍ୟ ମାନେ ସହଯୋଗ କରି ଥିଲେ