ସୁନ୍ଦରଗଡ଼: ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ ବା ନାବାର୍ଡର ବହୁ ପ୍ରତିକ୍ଷୀତ କାର୍ଯ୍ୟକ୍ରମ ତଥା ଷ୍ଟେଟ କ୍ରେଡିଟ ସେମିନାର 2025 ଭୁବନେଶ୍ୱର ସ୍ଥିତ ହୋଟେଲ ମେ ଫେୟାର ରେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏସ ଏଲ ବି ସି କନ୍ଭେନର ଗୌତମ ପାତ୍ର,ଚିପ ସେକ୍ରେଟାରୀ ମନୋଜ ଆହୁଜା,ନାବାର୍ଡ ଚିପ ଜେନେରାଲ ମ୍ୟାନେଜର ସୁଧାଂଶୁ କେ କେ ମିଶ୍ର ପ୍ରମୁଖଙ୍କ ସମେତ ଓଡ଼ିଶା ସରକାରଙ୍କ ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।ସୁନ୍ଦରଗଡ଼ ପ୍ରାକୃତିକ ବାଳିସଙ୍କରା କୃଷକ ଉତ୍ପାଦକ ସଂଗଠନ ଗତ 2021 ରେ ଆରମ୍ଭ ହୋଇଥିଲା,ଚାଷୀ ମାନଙ୍କୁ ଧାନ,ବିହନ, ସାର,ପନିପରିବା ବିହନ,କୁକୁଡ଼ା ଚିଆଁ,ଦାନା ଯୋଗାଇବା ସହ ତାର ବ୍ୟବସାୟୀକରଣ ବ୍ୟବସ୍ଥା କରିଥାଏ ଯାହା ଦ୍ଵାରା ଚାଷୀ ମାନଙ୍କୁ ସ୍ବାବଲମ୍ବୀ କରାଇବା ସହ ମୁଖ୍ୟ ସ୍ରୋତରେ ସାମିଲ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଏହି ସଂଗଠନ।ଅନ୍ୟପଟେ ଗ୍ରାମୀଣ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସହ ଋଣ ପହଞ୍ଚାଇବାକୁ ଗୁରୁତ୍ଵ ଦେଇଥାଏ।ନାବାର୍ଡ ଅଂଶୀଦାର ରେ ଏହି ପ୍ରାକୃତିକ ବାଲିସଙ୍କରା କୃଷକ ଉତ୍ପାଦକ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ଚାଷୀ ମାନଙ୍କୁ ବ୍ୟକ୍ତିଗତ ଓ ଗୋଷ୍ଠିଗତ ଭାବରେ ସ୍ବାବଲମ୍ବୀ କରାଇବା ସହ ସେମାନଙ୍କ ଅଭିବୃଦ୍ଧି ପାଇଁ ବେଶ୍ ସହାୟକ ହୋଇଛି।ଏହି ସଂଗଠନ ତରଫରୁ ବିଭିନ୍ନ ଚାଷ ପାଇଁ କମ ମୂଲ୍ୟରେ ଚାଷୀଙ୍କୁ ବିହନ ଯୋଗାଇବା ସହ ଉତ୍ପାଦିତ ପନିପରିବା ସମେତ କୁକୁଡ଼ା ପାଳନ କରିବାକୁ ପରାମର୍ଶ ଦେଇ ମୂଲ୍ୟବୃଦ୍ଧି କରିଥାନ୍ତି।ଅନ୍ୟ ପକ୍ଷେ ସୁନ୍ଦରଗଡ଼ ତଥା ଆଖପାଖ ଅଞ୍ଚଳର ଚାଷୀ ଓ ମହିଳାଙ୍କୁ ନୂତନ ଉତ୍ପାଦ ବିଷୟରେ ଜଣାଇବା ସହ ଚାଷ କରିବାକୁ ପ୍ରୋତ୍ସାହିତ କରିଥାଏ ଏହି ସଂଗଠନ।ଏହି ଅବସରରେ ଭୁବନେଶ୍ବରର ହୋଟେଲ ମେ ଫେୟାରରେ ଆୟୋଜିତ ଷ୍ଟେଟ କ୍ରେଡିଟ ସେମିନାର କାର୍ଯ୍ୟକ୍ରମରେ ସେବକ ଅନୁଷ୍ଠାନ ଦ୍ଵାରା ପରିଚାଳିତ ପ୍ରାକୃତିକ ବାଲିସଙ୍କରା କୃଷକ ଉତ୍ପାଦକ ସଂଗଠନ କୁ ସଫଳ ଉଦ୍ୟୋଗୀ ଭାବେ ସମ୍ମାନିତ କରାଯାଇଥିଲା,ଏହି ପ୍ରାକୃତିକ ବାଲିସଙ୍କରା କୃଷକ ଉତ୍ପାଦକର ସିଇଓ ସୁରଜ ପ୍ରସାଦ ସିଂ ଙ୍କୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମ୍ମାନିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.