ମା’ ଅନ୍ଧାରବାଉତିଙ୍କ ପୀଠରେ ଘୃତ ଯଜ୍ଞ ଓ କଳସ ଯାତ୍ରା

0 2

ଓଡ଼ଗାଁ ୧୫।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅଧିନସ୍ଥ କଦଳୀ ବନ୍ଧ ଠାରେ ଅଧିଷ୍ଠିତ ମା’ ଅନ୍ଧାରବାଉତୀଙ୍କ ପୀଠରେ ୩ଦିନ ଧରି ଆୟୋଜିତ ବିଶ୍ୱ ଶାନ୍ତି ଶକ୍ତି ଯଜ୍ଞ ଓ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଓଡ଼ଗାଁ ରାମ ସାଗର ପୁଷ୍କରିଣୀରୁ କଳସରେ ଜଳ ସଂଗ୍ରହ କରାଯାଇ ନିକଟରେ ଥିବା ମା’ ରାମଚଣ୍ଡୀଙ୍କ ମଣ୍ଡପରେ ରଖି ବୈଦିକ ବ୍ରାହ୍ମଣମାନଙ୍କ ଦ୍ବାରା ସମସ୍ତ ପୂଜା ନୀତି ଓ ଶୋଧନ କାର୍ଯ୍ୟ ସମାପନ ହୋଇଥିଲା।ସ୍ବତନ୍ତ୍ର ବସ୍ତ୍ର୍ର ପରିହିତା ୧୦୮ରୁ ଉର୍ଦ୍ଧ୍ୱ ମହିଳା ମସ୍ତକରେ କଳସ ଧାରଣ କରି ଘଣ୍ଟ, ଘଣ୍ଟା ଓ ସଙ୍କୀର୍ତ୍ତନ ସହ ପ୍ରଥମେ ଓଡ଼ଗାଁ ଶ୍ରୀରଘୁନାଥଙ୍କ ପୀଠରେ ମନ୍ଦିର ପରିକ୍ରମା ପୂର୍ବକ ନଗର ପରିକ୍ରମା କରି କଦଳୀବନ୍ଧ ଯଜ୍ଞ ମଣ୍ଡପରେ ବିଧି ବିଧାନ ଅନୁଯାୟୀ କଳସ ସ୍ଥାପନ କରିଥିଲେ।ଏବଂ ଅପରାହ୍ନରେ ମା’ଙ୍କ ଉଦ୍ଦେଶ୍ୟରେ ଯଜ୍ଞ ଭଗବାନଙ୍କୁ ଘୃତ ଅର୍ପଣ କରାଯାଇଥିଲା। ଅରୁଣ କୁମାର ତ୍ରିପାଠୀ ଆଚାର୍ଯ୍ୟ,ସନ୍ତୋଷ କୁମାର ତ୍ରିପାଠୀ ପ୍ରଚାରକ,ତୋଫାନ କୁମାର ତ୍ରିପାଠୀ, ସନ୍ତୋଷ କୁମାର ମିଶ୍ର, ହେମନ୍ତ କୁମାର ହୋତା ପ୍ରମୁଖ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ବାରା ଯଜ୍ଞ ଶାଳା ପରିଚାଳିତ ହୋଇଥିଲା।ଯଜ୍ଞ ଅନୁଷ୍ଠାନର ସଭାପତି ଜଗନ୍ନାଥ ପ୍ରଧାନ, ସମ୍ପାଦକ ପ୍ରମୋଦ କୁମାର ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଦଳୀବନ୍ଧ, ରଗଡ଼ି ସାହିର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।୧୭ ତାରିଖରେ ଯଜ୍ଞ ପୂର୍ଣ୍ଣାହୂତି ହେବ।

Leave A Reply

Your email address will not be published.