ଓଡ଼ଗାଁ ୧୫।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତରେ ଶରଣକୁଳ ଥାନା ବଧିସାହିର ଗ୍ରାମର ମୋନାଲିସା ହତ୍ୟାକାଣ୍ଡ ଘଟଣାର ବିଚାର ପ୍ରକିୟା ଚାଲିଥିବା ବେଳେ ଆଜି ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରlଜଜ୍ ମାନସ ରଞ୍ଜନ ରଥ ୧୬ ଜଣ ସରକାରୀ ସାକ୍ଷୀ ମାନଙ୍କ ବୟାନକୁ ଭିତ୍ତି କରି ଶରଣକୁଳ ଥାନା ବଧିସାହି ଗ୍ରାମର ମୁଖ୍ୟ ଅଭିଯୁକ୍ତ ସ୍ବାମୀ ପିଙ୍କୁ ଓରଫ୍ ତପନ ପ୍ରଧାନକୁ ଆଜୀବନ ସଶ୍ରମ କାରାଦଣ୍ଡ ସହ କୋଡ଼ିଏ ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ଅତିରିକ୍ତ ଛ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରମାଣ ଅଭାବରୁ ଘଟଣାର ଅନ୍ୟତମ ଅଭିଯୁକ୍ତ ତପନର ବାପା ଏବଂ ମୃତ ମୋନାଲିସାଙ୍କ ଶଶୁର ସୁବାଷ ଓରଫ୍ ଶରତ ଚନ୍ଦ୍ର ପ୍ରଧାନଙ୍କୁ କୋର୍ଟ ଖଲାସ କରିଛନ୍ତି।୨୦୨୩ ଜୁଲାଇ ୨୬ରେ ହତ୍ୟାକାଣ୍ଡ ଘଟଣାରେ ଅଭିଯୋଗ ପାଇବା ପରେ ଶରଣକୁଳ ପୋଲିସ୍ ୧୧୫/୨୦୨୩ରେ ମାମଲା ରୁଜୁ କରି ମୋନାଲିସାର ସ୍ବାମୀ ତପନ ଓ ଶଶୁର ଶରତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେବେଠାରୁ ବାପ ପୁଅ ଦୁହେଁ ବର୍ତ୍ତମାନ ସୁଦ୍ଧା ବିଚାର ବିଭାଗୀୟ ହାଜତରେ ଥିଲେ।ହତ୍ୟାକାଣ୍ଡର ଶିକାର ହୋଇଥିବା ମୋନାଲିସାର ବାପା ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଜିଗିନିପଡ଼l ଗ୍ରାମର ଭିକ୍ଷାକାରୀ ସ୍ବାଇଁଙ୍କ ଅଭିଯୋଗ ଅନୁସାରେ ଝିଅ ମୋନାଲିସାର ବିବାହ ପରେ ଶଶୁର ଘର ଲୋକେ ଅତିରିକ୍ତ ୩ଲକ୍ଷ ଟଙ୍କା ଯୈାତୁକ ଅଥବା ଗୋଟିଏ ମୋଟର କାର ଆଣିବା ପାଇଁ ମୋନାଲିସା ଉପରେ ଚାପ ପ୍ରୟୋଗ କରୁଥିଲେ।ଏବଂ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଇତି ମଧ୍ୟରେ ୨ ବର୍ଷ ବିତିଗଲା। ଦିନେ ହଠାତ୍ ଖବର ପାଇ ଦିନ ୧୧ ସମୟରେ ମୋନାଲିସାଙ୍କ ବାପା ବଧିସାହି ଗ୍ରାମ ଯାଇ ଦେଖିଲେ ଝିଅ ମୋନାଲିସା ତା’ ଶଶୁର ଘର ଶୋଇବା ଘରେ ମୃତ୍ୟୁ ବରଣ କରିଛି।ପରେ ମୋନାଲିସାଙ୍କୁ ଯୌତୁକ ପାଇଁ ତା’ ଶାଶୁଘର ଲୋକ ହତ୍ୟା କରିଥିବା ନେଇ ବାପା ଭିକ୍ଷାକାରୀ ଶରଣକୁଳ ଥାନାରେ ଅଭିଯୋଗ କରିଥିଲେ।ଉକ୍ତ ମକଦ୍ଦମାକୁ ଅତିରିକ୍ତ ସରକାରୀ ଓକିଲ ଇନ୍ଦୁ ଭୂଷଣ ମିଶ୍ର ପରିଚାଳନା କରୁଥିଲେ।
Sign in
Sign in
Recover your password.
A password will be e-mailed to you.