ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପାଳନ କରୁଛି 500+ ସଫଳ କିଡନୀ ପ୍ରତ୍ୟାରୋପଣ ସହିତ ରୋଗୀଙ୍କୁ ଅସାଧାରଣ ସେବା ଓ ଯତ୍ନ ଯୋଗାଇବାର ଖୁସି

0 2

ଭୁବନେଶ୍ୱର: ମଣିପାଲ ହସ୍ପିଟାଲ ଭୁବନେଶ୍ୱର ୫୦୦ରୁ ଅଧିକ ସଫଳ କିଡ୍ନୀ ପ୍ରତିରୋପଣ କରି ଓଡିଶାରେ କିଡ୍ନୀ ପ୍ରତିରୋପଣ କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛି । ଯେଉଁଥିରେ ରୋଗୀଙ୍କର ଅସାଧାରଣ ସହନଶୀଳତା ସହିତ ହସ୍ପିଟାଲର ଅଭିଜ୍ଞ ଡାକ୍ତର, ଉତ୍ସଗୀକୃତ ନର୍ସ ଓ କର୍ମଚାରୀ ଏବଂ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ବେଶ ସହାୟକ ହୋଇଥିଲା । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କିଡ୍୍ନୀ ପ୍ରତିରୋପଣ ହୋଇଥିବା ବ୍ୟକ୍ତି, ତାଙ୍କୁ କିଡ୍ନୀ ଦାନ କରିଥିବା ବ୍ୟକ୍ତି, ତାଙ୍କ ପରିବାର ସଦସ୍ୟ, ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗଦାନ କରିଥିଲେ । ଗୋଟିଏ ମଞ୍ଚରେ ଏକାଠୀ ହୋଇ ନିଜ ନିଜର ଅନୁଭବ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ଦ୍ଧେଶକ (ଚିକିତ୍ସା ଶିକ୍ଷା ଏବଂ ପ୍ରଶିକ୍ଷଣ) ଏବଂ ରାଜ୍ୟ ନୋଡାଲ ଅଫିସର (SOTTO) ଡାକ୍ତର ଉମାକାନ୍ତ ସତପଥୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅଭିନେତା ତଥା ସ୍ମାଇଲ୍ ଫୋର୍ସର ପ୍ରତିଷ୍ଠାତା ସବ୍ୟସାଚୀ ମିଶ୍ର ଏବଂ ମଣିପାଲ ହସ୍ପିଟାଲର ହସ୍ପିଟାଲ ଡାଇରେକ୍ଟର ଡାକ୍ତର ଶକ୍ତୀମୟ ମହାପାତ୍ର ଏବଂ ୟୁନିଟ୍ ହେଡ୍ ମେଡ଼ିକାଲ ସର୍ଭିସ୍ ଡାକ୍ତର ସିଦ୍ଧାର୍ଥ ମିଶ୍ର ଯୋଗ ଦେଇଥିଲେ । ଏହା ସହିତ କାର୍ଯ୍ୟକ୍ରମରେ ୬୦ରୁ ଅଧିକ କିଡନୀ ରୋଗୀ, ତାଙ୍କ ପରିବାର ସଦସ୍ୟ ମାନେ କିଡନୀ ପ୍ରତିରୋପଣ ପୂର୍ବରୁ ଏବଂ କିଡନୀ ପ୍ରତିରୋପଣ ପରେ ତାଙ୍କର ଅନୂଭବ ଏବଂ ସଫଳ କିଡନୀ ପ୍ରତିରୋପଣର ଯାତ୍ରା ବିଷୟରେ ସମସ୍ତଙ୍କୁ କହିଥିଲେ । ମଣିପାଲ ହସ୍ପିଟାଲ ପକ୍ଷରୁ ମଣିପାଲ ସାଥୀ ପ୍ରିଭିଲେଜ କାର୍ଡ ଦିଆଯାଇଥିଲା
ଏହି କାର୍ଯ୍ୟକ୍ରମରେ ମଣିପାଲ ହସ୍ପିଟାଲରେ ଅଭିଜ୍ଞ କିଡନୀରୋଗ ଓ ମୂତ୍ରରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନ, ଡାକ୍ତର ସାଇ ପ୍ରସାଦ ସାହୁ, ଡାକ୍ତର ସୁବୋଧ କୁମାର ଦାସ ଏବଂ ଡାକ୍ତର ସୁକାନ୍ତ କୁଶୋର ଦାସ ଯୋଗଦେଇ କିଡନୀ ପ୍ରତିରୋପଣ ପରେ କିଭଳି ନିଜକୁ ସୁସ୍ଥ ଓ ନୀରୋଗ ରଖିହେବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ମଣିପାଲ ହସ୍ପିଟାଲର ହସ୍ପିଟାଲ ଡାଇରେକ୍ଟର ଡାକ୍ତର ଶକ୍ତୀମୟ ମହାପାତ୍ର କହିଥିଲେ, “୫୦୦ରୁ ଅଧିକ କିଡନୀ ପ୍ରତିରୋପଣ କରିବା କେବଳ ଏକ ସଂଖ୍ୟା ନୁହେଁ, ଏହା ପ୍ରତେକ୍ୟ ରୋଗୀଙ୍କ ଆଶା, ଦୃଢ଼ତା ଏବଂ ରୋଗୀମାନଙ୍କ ଅଭୁତ ଯାତ୍ରାର ଏକ ଉତ୍ସବ । କିଡନୀ ପ୍ରତିରୋପଣ କ୍ଷେତ୍ରରେ ମଣିପାଲ ହସ୍ପିଟାଲର ସଫଳତା ପଛରେ ରହିଛି ଅଭିଜ୍ଞ ଡାକ୍ତରଙ୍କ ଟିମ୍ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ” । ଓଡ଼ିଶାବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହିତ ପ୍ରତେକ୍ୟ କିଡନୀ ରୋଗୀଙ୍କୁ ଏଠାରେ ସ୍ୱତନ୍ତ୍ର ଭାବରେ ଯତ୍ନ ନିଆଯାଏ ।
ରାଜ୍ୟ ନୋଡାଲ ଅଫିସର (SOTTO) ଡାକ୍ତର ଉମାକାନ୍ତ ସତପଥୀ କହିଥିଲେ, ଅଙ୍ଗଦାନ ଏକ ପୂଣ୍ୟ କାର୍ଯ୍ୟ, ଯାହା ଅନେକ ଜୀବନରକ୍ଷା କରିବାରେ ସାହାର୍ଯ୍ୟ କରିଥାଏ । ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ୫୦୦ରୁ ଅଧିକ କିଡନୀ ପ୍ରତିରୋପଣ ଅଙ୍ଗଦାନ ପ୍ରଚାର ଓ ଅଂଶଗ୍ରହଣ ବୃଦ୍ଧି କରିବା ଅତ୍ୟାବଶ୍ୟକ ରହିଛି । ନିଶ୍ଚୟ ଆମକୁ ସଫଳତା ଦେବ ଓ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ସୂଚନା ଦିଏ । ଏହି ଭଳି କାର୍ଯ୍ୟକମ ଆମକୁ କିଡନୀ ଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ବେଶ ସହାୟକ ହୋଇଥାଏ ।
ସେହିଭଳି ଅଭିନେତା ସବ୍ୟସାଚୀ କିଡନୀ ପ୍ରତିରୋପଣ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଅନୁଭବ ଓ ପ୍ରତିରୋପଣ ସମୟରେ ତାଙ୍କର ଯାତ୍ରା ସମାଜ ପାଇଁ ଏକ ପ୍ରେରଣା ଦାୟକ ଅନୁଭୂତି । ଜୀବନ ଯୁଦ୍ଧରେ ନିରନ୍ତନ ପ୍ରୟାସ ।

ଶେଷରେ ମଣିପାଲ ହସ୍ପିଟାଲର ଅପରେସନ୍ ହେଡ୍ ରାଜର୍ଶୀ ଉପାଧ୍ୟାୟ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ମଣିପାଲ ହସ୍ପିଟାଲ ବିଷୟରେ
ଭାରତରେ ବାର୍ଷିକ ୭ ନିୟୁତରୁ ଅଧିକ ରୋଗୀଙ୍କୁ ସେବା ଯୋଗାଉଥିବା ଲୋକଙ୍କ ମଧ୍ୟରେ ଆସ୍ପିଓନିରିନ୍ ହେଲ୍ଥ କେୟାର, ମଣିପାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏହାର ମଲ୍ଟିସ୍ପେଶାଲିଟି ଏବଂ ତୃତୀୟ ସ୍ତରୀୟ ଯତ୍ନ ବିତରଣ ସ୍ପେକ୍ଟ୍ରମ ମାଧ୍ୟମରେ ଏକ ସୁଲଭ, ଉଚ୍ଚ ଗୁଣବତା ବିଶିଷ୍ଟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବିକଶିତ କରିବା ଏବଂ ଏହାକୁ ଡାକ୍ତରଖାନା ବାହାରେ ସେବା ରେ ବିସ୍ତାର କରିବା ଏହାର ଲକ୍ଷ୍ୟ । ମେଡିକା ସିନର୍ଜି ହସ୍ପିଟାଲ ଏବଂ ଏଏମଆରଆଇ ହସ୍ପିଟାଲଲିମିଟେଡ୍ (ସେପ୍ଟମ୍ବର ୨୦୨୩ରେ ଅଧିଗ୍ରହଣ) ଅଧିଗ୍ରହଣ ଶେଷ ହେବା ସହିତ ସମନ୍ୱିତ ନେଟୱାର୍କରେ ଆଜି ୧୦,୫୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ ୧୯ଟି ସହରର ୩୭ଟି ଡାକ୍ତରଖାନାର ସର୍ବଭାରତୀୟ ପାଦଚିହ୍ନ ରହିଛି ଏବଂ ୫,୬୦୦ରୁ ଅଧିକ ଡାକ୍ତର ଏବଂ ୧୮,୬୦୦ରୁ ଅଧିକ କର୍ମଚାରୀଙ୍କ ଦକ୍ଷ ପୁଲ୍ ରହିଛି ।
ମଣିପାଲ ହସପିଟାଲ ସମଗ୍ର ବିଶ୍ୱର ଅନେକ ରୋଗୀଙ୍କ ପାଇଁ ବ୍ୟାପକ ରୋଗ ନିରାକରଣ ଏବଂ ପ୍ରତିଷେଧକ ଯତ୍ନ ପ୍ରଦାନ କରିଥାଏ । ମଣିପାଲ ହସ୍ପିଟାଲ ଏନଏବିଏଚ, ଏବଂ ଏଏଏଚଆରପିପି ସ୍ୱୀକୃତିପ୍ରାପ୍ତ ଏବଂ ଏହାର ନେଟୱାର୍କର ଅଧିକାଂଶ ଡାକ୍ତରଖାନା ହେଉଛି ଏନଏବିଏଲ୍, ଇଆର ଏବଂ ବ୍ଲଡ ବ୍ୟାଙ୍କ ସ୍ୱୀକୃତିପ୍ରାପ୍ତ ଏବଂ ନର୍ସିଂ ଉତ୍କର୍ଷତା ପାଇଁ ସ୍ୱୀକୃତିପ୍ରାପ୍ତ । ମଣିପାଲ ହସ୍ପିଟାଲମଧ୍ୟ ବିଭିନ୍ନ ଉପଭୋକ୍ତା ସର୍ବେକ୍ଷଣ ମାଧ୍ୟମରେ ଭାରତର ସବୁଠାରୁ ସମ୍ମାନଜନକ ଏବଂ ରୋଗୀ ସୁପାରିଶ କରାଯାଇଥିବା ଡାକ୍ତରଖାନା ଭାବରେ ସ୍ୱୀକୃତି ପାଇଛି ।

 

 

 

Leave A Reply

Your email address will not be published.