ଅଖିଳ ଭାରତୀୟ ଅଘରୀଆ ସମାଜ ର ଦଶମ ପ୍ରାଦେଶିକ ମହାସମ୍ମିଳନୀ ଅନୁଷ୍ଠିତ,

0 2

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ର ସବଡେଗା ଗୁଡ଼ିଅନ୍ତର୍ଗତ ସବ ଡେଗା ଗ୍ରାମରେ ଗିରିଶ ଚନ୍ଦ୍ର ନାଏକ ସୃତି କଲ୍ୟାଣ ମଣ୍ଡପ ଠାରେ ତିନିଦିନ ଧରି ଅଖିଳ ଭାରତୀଅ ଅଘରୀଆ ସମାଜ ର ଦଶମ ପ୍ରାଦେଶିକ ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |
୧୪ ତାରିଖ ଶୁକ୍ରବାର ସବଡେଗା ଏକ ରଥ ସହ ସବ ଡେଗା ଗୁଡ଼ି ସଭାପତି ପଞ୍ଚାନନ ନାଏକ ଙ୍କ ସହ କିଛି ମହିଳା ପୁରୁଷ ସଦସ୍ୟ ଯାଇ ଲଏଡା ଗ୍ରାମରେ ଥିବା ଅଘରିଆ ଧାମ ରୁ ପୂଜା ଅର୍ଚନା କରି ସେହି ଧାମ ରୁ ମାଟିକୁଡି ଏକ ମାଟି କଳସ ରେ ରଥ ସାହାଯ୍ୟରେ ଅଣା ଯାଇଥିଲା | ସେହି ରଥକୁ ସମରସିଂହା, କୁଲାବିରା, ପୂର୍ଣ୍ଣା, ଭସ୍ମା, ସୁନ୍ଦରଗଡ, କରମଡ଼ିହି ଗ୍ରାମ ମାନଙ୍କରେ ସାମାଜିକ ଲୋକମାନେ ରଥକୁ ସ୍ୱାଗତ କରି ପୂଜା ଅର୍ଚନା କରି ଥିଲେ | ପରେ ରଥ ଲଏଡ଼ା ଗ୍ରାମରୁ ୧୧ ଟା ସମୟରୁ ବାହାରି ସବଡେଗା କୁ ସନ୍ଦ୍ୟା ୬ ଟାରେ ପହଞ୍ଚିଥିଲା ଓ ଗ୍ରାମ ମୁଣ୍ଡରୁ ମହିଲା ମାନକ ଦ୍ୱାରା ୧୦୮ କଳସ ଯାତ୍ରା ଦ୍ୱାରା ସ୍ୱାଗତ କରି ସଭା ସ୍ଥଳୀ କୁ ନିଆଯାଇଥିଲା ୧୫ ତାରିଖ ଶନିବାର ସକାଳ ୯ ଟା ସମୟରେ ଅଘରିଆ ସମାଜ ର ଧ୍ୱଜ ଉତ୍ତୋଳନ କରି ସଭା ଆରମ୍ଭ କରା ଯାଇଥିଲା

ଏହିସଭାରେ ଓଡିଶା ର କୋଣ ଅନୁକୋଣରୁ ସହ ସହ ମହିଳା ପୁରୁଷ ମାନେ ଯୋଗ ଦେଇଥିଲେ, ସେଠାରେ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା ଓ ସଭାରେ ଅନେକେ ଲୋକ ସାମାଜିକ ବିବରଣୀ ଦେଇଥିଲେ ସମାଜ ର ଉନ୍ନତି, ଅଗ୍ରଗତି କିଭଳିହେବ ଓ ଅନେକେ ଜାତିଗତ ବିବରଣୀ ବିଷୟରେ ଆଲୋଚନା ହୋଇଥିଲା | ସନ୍ଦ୍ୟା ରେ କିଛି ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଆୟୋଜନ ଅଛି ଓ ୧୬ ତାରିଖ ରବିବାର ଅନେକେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ରାତ୍ରି ରେ କିଛି ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଉଦଯାପନୀ ହେବ, ଏହି ତିନିଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ରେ ଅଘରିଆ ସମାଜର ଅନେକେ ରୁଟି ପିଠା ଖାଇବାକୁ ସମସ୍ତଙ୍କୁ ଦିଆଯାଇଥିଲା

Leave A Reply

Your email address will not be published.