ରାଉରକେଲା /ସାରନଗରୀ,(ବସନ୍ତ କୁମାର ଜେନା ): ଆଜି ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ବିଘ୍ନ ବିନାଶକ ଶ୍ରୀ ଗଣେଣ ପୂଜାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଚଳିତ ବର୍ଷର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନେ ଗଣେଶ ପୂଜାରେ ନିଜକୁ ସାମିଲ କରି ପୁଷ୍ପାଜଂଳୀ ଦେଇ ପ୍ରଭୁ ଗଣେଶଙ୍କ ଆଶିଷ ଭିକ୍ଷା କରିଥିଲେ । ପୂର୍ବାହ୍ନ ପ୍ରାୟ ୧୦ଟାରେ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ପୂଜକ ଭାବେ ନାରାୟଣ ମିଶ୍ର ଓ କର୍ତା ଭାବେ ଚନ୍ଦ୍ର ଶେଖର ମୁନୀ ଉପସ୍ଥିତ ଥିଲେ । ଗଣେଶ ପୂଜାରେ ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ କୁମାର ବେହେରା, ଅଧ୍ୟାପକ ସୁନୀଲ ସାମଲ, ଅଧ୍ୟାପକ ବସନ୍ତ କୁମାର ଦାସ ସମେତ ଅଂଚଳର ସମାଜସେବୀ, ସାମାଜିକ କର୍ମୀ, ବୁଦ୍ଧିଜିବୀ, ସ୍ୱେଚ୍ଛାସେବୀ ମାନେ ଗଣେଶ ପୂଜାରେ ନିଜକୁ ସାମିଲ କରିଥିଲେ ।