ଗୁଣପୁରରେ ବହୁ ଆଡ଼ମ୍ବରେ ପାଳନ ହେଲା ଗଣେଶ ପୂଜା

11

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସୋମବାର ଅଗ୍ରପୂଜ୍ୟ ଗଣେଶ ପୂଜା ଅବସରରେ ଗୁଣପୁର ସହରରେ ତିନୋଟି ଗଣେଶ ମନ୍ଦିରରେ, ପ୍ରତ୍ୟେକ ଘରେ, ସବୁ ସାହିରେ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନଙ୍କରେ ବେଶ୍ ଆକର୍ଷଣୀୟ ଏବଂ ଭବ୍ୟ ପରିବେଶ ମଧ୍ୟରେ ଅଗ୍ରପୂଜ୍ୟ ଙ୍କ ପୂଜା ଅତ୍ୟନ୍ତ ଭକ୍ତି ସହ ପାଳନ କରାଯାଇଛି।​ସହରର କେତେକ ସ୍ଥାନରେ ବଡ଼ ବଡ଼ ମେଢ଼ ସଜ୍ଜା ହୋଇଥିଲା ଏବଂ ପ୍ରତ୍ୟେକ ମଣ୍ଡପଗୁଡ଼ିକ ସୁନ୍ଦର ଆଲୋକମାଳା ଓ ଆକର୍ଷଣୀୟ ତୋରଣରେ ସଜ୍ଜିତ ମଣ୍ଡପଗୁଡ଼ିକୁ ଦେଖିବା ପାଇଁ ଗୁଣପୁର ସହର ଓ ଏହାର ଆଖପାଖ ଅଞ୍ଛଳରୁ ପ୍ରବଳ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.