କ୍ରାଉନ୍ ଅଫ୍ ଆନ୍ଧ୍ରପ୍ରଦେଶ – ୨୦୨୬ ରେ ଉପାସନା ଦୁଇଟି ଟାଇଟଲ୍ ବିଜୟୀ

10

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରେ କ୍ରାଉନ୍ ଅଫ୍ ଆନ୍ଧ୍ରପ୍ରଦେଶ – ୨୦୨୬ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଆନ୍ଧ୍ର ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଫିଲ୍ମ ଏସୋସିଏଟ୍ ଡାଇରେକ୍ଟର ତଥା ଫେସନ୍ ସୋ ଡାଇରେକ୍ଟର ସାତିଶ୍ ଆଡାଲା ଏହି କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ଏହା ଥିଲା ସାତିଶ୍ ଙ୍କ ୫୦ ତମ ଵିୟୁଟି ପେଜେଣ୍ଟ ( ସୈ।ନ୍ଦର୍ଯ୍ୟ ପ୍ରତିଯୋଗିତା ) । ଏହି ବିୟୁଟି ପେଜେଣ୍ଟରେ ଆନ୍ଧ୍ରପ୍ରଦେଶର କୋଣ ଅନୁକୋଣ ରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ ପ୍ରତିଯୋଗି ଭାଗ ନେଇଥିବା ବେଳେ ଓଡିଶା , ଗୁଣପୁର ଭଳି ଏକ ଉପାନ୍ତ ଅଞ୍ଚଳରୁ ମାତ୍ର ଜଣେ ପ୍ରତିଯୋଗୀ ଭାବେ ଉପାସନା ଶତପଥୀ ଭାଗନେଇ ଦୁଇ ଦୁଇଟି ଟାଇଟଲ୍ ହାସଲ କରିଛନ୍ତି । ସେ ଟେଲେଣ୍ଟ ପ୍ରତିଯୋଗିତାରେ ଟାଇଟଲ୍ ହାସଲ କରିଥିବା ବେଳେ ଦିୱ। କାଟେଗୋରି ରେ ମଧ୍ୟ ଟାଇଟଲ୍ ବିଜୟୀ ହୋଇଛନ୍ତି । ତିନି ଦିନ ଧରି ଚାଲିଥିବା ଏହି ବିୟୁଟି ପେଜେଣ୍ଟ ର ପ୍ରଥମ ଦିନ ପେଜେଣ୍ଟ କୋଚ୍ ଦିକ୍ଷା ଅତି ସୁନ୍ଦର ଭାବରେ ପ୍ରତିଯୋଗି ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ । ଦ୍ଵିତୀୟ ଦିନ ଟାଲେଣ୍ଟ୍ ପ୍ରତିଯୋଗିତା ଓ ସେମିଫାଇନାଲ ରାଉଣ୍ଡ ହୋଇଥିଲା ଏବଂ ଶେଷ ଦିନ ବିଶାଖାପାଟଣା ସ୍ଥିତ ହୋଟେଲ ଗାଦିରାଜୁ ପ୍ୟାଲେସ୍ ଠାରେ କ୍ରାଉନ୍ ଅଫ୍ ଆନ୍ଧ୍ରପ୍ରଦେଶର ଫାଇନାଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଭବ୍ୟ କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ବହୁ ନେତା ଓ ଚଳଚ୍ଚିତ୍ର ଜଗତର ପ୍ରଯୋଜକ ଓ ନିର୍ଦ୍ଦେଶକ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ କ୍ରାଉନ୍ , ସାସ୍ , ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଫଟୋଗ୍ରାଫି ଓ ରିଲ୍ ପାର୍ଟନର ଭାବେ କେ ଏମ୍ ଫଟୋଗ୍ରାଫି , ଭେନ୍ୟୁ ପାର୍ଟନର ଭାବେ ହୋଟେଲ ଗାଦିରାଜୁ ପ୍ୟାଲେସ୍ ଓ ସ୍ପେସାଲ୍ ସପୋର୍ଟର ଭାବେ ଏ ପି ଚାମ୍ବରସ୍ ସହଯୋଗ କରିଥିଲେ । ଏହି ଭବ୍ୟ ବିୟୁଟି ପେଜେଣ୍ଟରେ ପୂର୍ବ ଟାଇଟଲ୍ ବିଜୟୀ ଙ୍କ ସମେତ ବହୁ ସଂଖ୍ୟକ ମାନ୍ୟଗଣ୍ୟ ବ୍ୟକ୍ତି ଓ ଦର୍ଶକ ଯୋଗଦେଇ ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିଥିଲେ ।
ଓଡ଼ିଶା, ଗୁଣପୁର ରୁ ଏକମାତ୍ର ପ୍ରତିଯୋଗି ଭାବେ ଉପାସନା ଆନ୍ଧ୍ରପ୍ରଦେଶ ଠାରେ କ୍ରାଉନ୍ ଅଫ୍ ଆନ୍ଧ୍ରପ୍ରଦେଶ – ୨୦୨୬ ଵିୟୁଟି ପେଜେଣ୍ଟରେ ଦୁଇ ଦୁଇଟି ଟାଇଟଲ୍ ବିଜୟୀ ହେବା ଗୌରବର ବିଷୟ । ଉପାସନା ଙ୍କ ଏହି ସଫଳତା କେବଳ ଗୁଣପୁର ନୁହେଁ ବରଂ ସମଗ୍ର ଓଡ଼ିଶା ପାଇଁ ଗୌରବର ବିଷୟ ପାଲଟିଛି । ଗ୍ଲାମର୍ ଦୁନିଆରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଲକ୍ଷ ରଖିଥିବା ଉପାସନା ଙ୍କୁ ଏବେ ଚତୁର୍ଦିଗରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.