• ଭାରତ ସରକାରଙ୍କ ଡିଏସଆଇଆରର ସଚିବ ତଥା ସିଏସଆଇଆର ମହାନିର୍ଦ୍ଦେଶକ ଡ଼.(ଶ୍ରୀମତୀ) ଏନ କଲିସେଲଭି ସିଏସ୍ଆଇଆର-ଆଇଏମଏମଟି ଭୁବନେଶ୍ୱର ପରିଦର୍ଶନ କରିଛନ୍ତି।
ଭୁବନେଶ୍ୱର, ୧୪ ଫେବୃୟାରୀ ୨୦୨୫ : ସିଏସ୍ଆଇଆର୍-ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ଆଇଏମ୍ଏମ୍ଟି), ଭୁବନେଶ୍ୱର ପକ୍ଷରୁ ଭାରତବାସୀଙ୍କ ମଧ୍ୟରେ “ୱନ୍ ୱିକ୍ ୱନ୍ ଥିମ୍” ଗବେଷଣା କାର୍ଯ୍ୟକଳାପକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ବିଜ୍ଞାନ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି। ସିଏସ୍ଆଇଆର୍-ଆଇଏମଏମଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ ଏବଂ ଓଏମସି ଲିମିଟେଡର ନିର୍ଦ୍ଦେଶକ (ଅପରେସନ) ସବ୍ୟସାଚୀ ମହାନ୍ତି ଏବଂ ସିଏସ୍ଆଇଆର୍-ଆଇଏମଏମଟିର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ ଡିଏସଆଇଆରର ସଚିବ ତଥା ସିଏସଆଇଆର ଡାଇରେକ୍ଟର ଜେନେରାଲ ଡକ୍ଟର (ଶ୍ରୀମତୀ) ଏନ କଲିସେଲଭି ଏହି ବିଜ୍ଞାନ ରଥକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ।
ଏହି ଅବସରରେ ଭାରତ ସରକାରଙ୍କ ଡିଏସଆଇଆରର ସଚିବ ତଥା ସିଏସଆଇଆରର ମହାନିର୍ଦ୍ଦେଶକ ଡ. (ଶ୍ରୀମତୀ) ଏନ୍ କାଲାଇସେଲଭି କହିଛନ୍ତି ଯେ , ଆଜି ଆମେ ବିଜ୍ଞାନ ଭିତ୍ତିକ ଶିକ୍ଷା ଓ ସଚେତନତାକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାନ ରଥକୁ ଉଦ୍ ଘାଟନ କରିଛୁ। ଏହି ଅଭିନବ ପ୍ରକଳ୍ପ ଓଡ଼ିଶା, ଜାମସେଦପୁର, ଝାଡ଼ଖଣ୍ଡ ଏବଂ ନୟାଗଡ଼ ରାଜ୍ୟର ସ୍କୁଲ, କଲେଜ ଏବଂ ସମ୍ପ୍ରଦାୟ ମାଧ୍ୟମରେ ଯାତ୍ରା କରିବ। ତିନି ସପ୍ତାହ ମଧ୍ୟରେ ଏହା ବୈଜ୍ଞାନିକ ଜ୍ଞାନର ପ୍ରସାର କରିବ ଏବଂ ନାଗରିକମାନଙ୍କୁ ଭାରତର ଅଭିବୃଦ୍ଧିରେ ଯୋଗଦାନ କରିବାକୁ ପ୍ରେରିତ କରିବ । ବିଜ୍ଞାନ ରଥର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ ଓ ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରିବା, ଯାହା କି ବିକ୍ଷିତ ଭାରତ ୨୦୪୭ର ପରିକଳ୍ପନା ସହିତ ଯୋଡ଼ି ହେବ । ବିଶେଷ କରି ସିଏସଆଇଆର ଜରିଆରେ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବା ଏବଂ ଭାରତର ଭବିଷ୍ୟତକୁ ଗଢ଼ିତୋଳିବା ପାଇଁ ଏହି ପ୍ରୟାସ ପ୍ରତିଶ୍ରୁତି ଦେଇଛି।
ବିଜ୍ଞାନ ରଥକୁ ଗବେଷଣା ଓ ବିକାଶ, ମାଇନ୍ସ , ଖଣିଜ ପଦାର୍ଥ, ଧାତୁ ଓ ପଦାର୍ଥ (୪ଏମ୍) ବିଷୟବସ୍ତୁ ଅନୁଯାୟୀ ଡିଜାଇନ୍ କରାଯାଇଛି। ଦେଶର ଖଣିଜ ଏବଂ ଧାତୁ ସମ୍ପଦର ନିରନ୍ତର ଉପଯୋଗ ଦିଗରେ ଗବେଷଣା, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଦେଶବ୍ୟାପୀ ପ୍ରାୟ ୨୫ଟି ସିଏସ୍ଆଇଆର୍ ପରୀକ୍ଷାଗାର ଏହି ଥିମ୍ ଅଧୀନରେ କାର୍ଯ୍ୟ କରୁଛନ୍ତି। ମାନ୍ୟବର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ପୃଥିବୀ ବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ତଥା ସିଏସଆଇଆରର ଉପାଧ୍ୟକ୍ଷ ଡ. ଜିତେନ୍ଦ୍ର ସିଂହଙ୍କ ନିର୍ଦ୍ଦେଶନାରେ “ୱନ୍ ୱିକ୍ ୱନ୍ ଥିମ୍ ” (ଓଡବ୍ଲ୍ୟୁଓଟି) ଉତ୍ସବ ଆରମ୍ଭ ହୋଇଥିଲା। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଭାରତର ନାଗରିକ, ବିଶେଷକରି ଭାରତର ଛାତ୍ରଛାତ୍ରୀ ଏବଂ ଯୁବ ଉଦ୍ୟୋଗୀମାନଙ୍କ ମଧ୍ୟରେ ସିଏସଆଇଆର ଲ୍ୟାବ୍ ର ଗବେଷଣା କ୍ଷମତା ଏବଂ ବୈଷୟିକ ପ୍ରମାଣପତ୍ର ବିଷୟରେ ସଚେତନତା ସୃଷ୍ଟି କରିବା, ସେମାନଙ୍କୁ ନିଯୁକ୍ତି ପାଇଁ ନୂତନ ମାର୍ଗ ଏବଂ ସୁଯୋଗ ପ୍ରଦାନ କରିବା, ଏମଏସଏମଇ, ଷ୍ଟାର୍ଟଅପ୍, ସ୍ୱୟଂ ସହାୟକ ଗୋଷ୍ଠୀ, ବୈଜ୍ଞାନିକ, ଗବେଷକମାନଙ୍କ ଭଳି ଅଂଶୀଦାରମାନଙ୍କୁ ଶିଳ୍ପ ସହିତ ଏକୀକରଣ ଏବଂ ସହଯୋଗ ଦ୍ୱାରା ସଶକ୍ତ କରିବା ।
ଏହି ଅବସରରେ ସିଏସ୍ଆଇଆର୍-ଆଇଏମଏମଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ କହିଛନ୍ତି ଯେ, ବିଜ୍ଞାନ ରଥ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନ, ପ୍ରାଥମିକ ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଓ ଗବେଷଣା ଓ ବିକାଶ ଅନୁଷ୍ଠାନ ପରିକ୍ରମା କରିବ। ବୈଜ୍ଞାନିକ, ବୈଷୟିକ କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଏକ ଟିମ୍ ବିଜ୍ଞାନ ରଥ ସହ ମିଶି ୪ଏମ୍ ଥିମ୍ କ୍ଷେତ୍ରରେ ଗବେଷଣା ଓ ବିକାଶର ଗୁରୁତ୍ୱ ଓ ଉପଲବ୍ଧି ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବେ । ଏହି ଗସ୍ତରେ ସିଏସଆଇଆର-ସିଜିସିଆରୀ କୋଲକାତା ଏବଂ ସିଏସଆଇଆର-ସିଏମଇଆରଆଇ ଦୁର୍ଗାପୁର ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଅଞ୍ଚଳଏବଂ ସିଏସଆଇଆର-ସିଆଇଏମଏଫଆର, ଧନବାଦ ଏବଂ ସିଏସଆଇଆର-ଏନଏମଏଲ, ଜାମସେଦପୁର ଝାଡ଼ଖଣ୍ଡର ନିକଟବର୍ତ୍ତୀ ଅଞ୍ଚଳକୁ ସମନ୍ୱୟ କରିବେ ।
ଏହି ଗସ୍ତ ସମୟରେ ଡିଜି ସିଏସଆଇଆର-ଆଇଏମଏମଟି କ୍ୟାମ୍ପସର ନବନିର୍ମିତ ଏବଂ ଆଧୁନିକୀକରଣ ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ କରିଥିଲେ, ଯାହାର ନାମ ଆରୋଗ୍ୟମ୍ ରଖାଯାଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ସିଏସଆଇଆର-ଆଇଏମଏମଟିର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଉପଲବ୍ଧ । ଆର.ପି ଦାସ ସେଣ୍ଟର ଫର ହାଇଡ୍ରୋ ବାୟୋ ଆଣ୍ଡ ଇଲେକ୍ଟ୍ରୋମେଟାଲର୍ଜି, ଆଡିଟିଭ୍ ଆଣ୍ଡ ସ୍ପେଶାଲିଟି କେମିକାଲ୍ସ ଲ୍ୟାବ୍ ଓ ସୋଲାର ଫଟୋ ରିଏକ୍ଟର ପାଇଲଟ୍ ପ୍ଲାଣ୍ଟ ଭଳି ଗବେଷଣା କେନ୍ଦ୍ର ମଧ୍ୟ ଉଦ୍ ଘାଟିତ ହୋଇଛି। ଓଏମସି ଲିମିଟେଡର ନିର୍ଦ୍ଦେଶକ (ଅପରେସନ୍) ଏବଂ ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ସିଏସଆଇଆରର ଡିଜି ଙ୍କ ଦ୍ୱାରା ପ୍ଲାଟିନମ୍ ଗ୍ରୁପ୍ ଅଫ୍ ଏଲିମେଣ୍ଟସ୍ (ପିଜିଇ) ପାଇଲଟ୍ ପ୍ଲାଣ୍ଟ ଏବଂ ବିରଳ ପୃଥିବୀ ଉପାଦାନ ପୃଥକୀକରଣ ପାଇଁ ଦ୍ରାବକ ନିଷ୍କାସନ ପାଇଲଟ୍ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।
ସିଏସଆଇଆର-ଆଇଏମଏମଟି ଅଡିଟୋରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିଜି-ସିଏସଆଇଆର-ଆଇଏମଏମଟିର କର୍ମଚାରୀ ଏବଂ ଗବେଷଣା ବିଦ୍ୟାର୍ଥୀଙ୍କ ସହ ତାଙ୍କ ଅଭିଭାଷଣ ମାଧ୍ୟମରେ ଆଲୋଚନା କରିଥିଲେ । ଏହି ଅବସରରେ ତିନୋଟି ଜ୍ଞାନକୌଶଳ ହସ୍ତାନ୍ତର କରାଯାଇଥିଲା। ମୁଖ୍ୟ ବୈଜ୍ଞାନିକ ଡ. ଏଲ୍ ଡି ବେସ୍ରା ଧନ୍ୟବାଦ ଅର୍ପଣ କରିଥିଲେ।