ସିଜିରେଲ ଟୁ ଡେନ୍‍ସ ଷ୍ଟୁଡିଓ ଉଦ୍‍ଘାଟିତ

0

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :ସ୍ଥାନୀୟ କୋର୍ଟ ନିକଟସ୍ଥ ଅନ୍ନପୁର୍ଣ୍ଣା ନଗର ଠାରେ ସିଜିରେଲ ଟୁ ଡେନସ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରଳା ବିଧାୟକ କେ.ସୁର୍ଯ୍ୟାରାଓ ଉଦ୍‍ଘାଟନ କରିଥିବା ବେଳେ ଆବାହିକ ରୁପାଞ୍ଜଳି ମହାନ୍ତି ଓ ପ୍ରଦୀପ କୁମାର ବେବର୍ତ୍ତାଙ୍କ  ଉଦ୍ୟମରେ ଆୟୋଜିତ ନୃତ୍ୟ ଉତ୍ସବରେ କେନ୍ଦ୍ରୀୟ ବିଦ୍ୟାଳୟର ସଙ୍ଗୀତ ଶିକ୍ଷିକା ରିତିକା ସିଂ. ଡି.ପ୍ରିଙ୍କା, ସ୍ୱର୍ଣ୍ଣପ୍ରଭା ପାଠୀ, ବିଚିତ୍ରାନନ୍ଦ ବେବର୍ତ୍ତା,ସନ୍ତୋଷ କୁମାର ନାୟକ, ତନୁଜା ପାତ୍ର, ଇଂ,ଶ୍ୟାମ ସୁନ୍ଦର ବେବର୍ତ୍ତା ଅତିଥି ଭାବେ ଯୋଗ ଦେଇ  ପାରଳାଖେମୁଣ୍ଡି ଐତିହ୍ୟ ଓପରମ୍ପରା ଉପରେ ଆଲୋଚନା କରିଥିଲେ । ଶିଶୁ ଶିଳ୍ପୀ ତନିସା ବେବର୍ତ୍ତା ପ୍ରତୀକ୍ଷା ପାତ୍ର  ଓ ସନ୍ତୋଷିନୀ ପାତ୍ରଙ୍କ ନୃତ୍ୟ ହୃଦୟସ୍ପର୍ଶ ହୋଇଥିଲା ।

Leave A Reply

Your email address will not be published.