ନଭେମ୍ବର ୫ରେ ଚତୁର୍ଦ୍ଦଶ ଓଡ଼ଗାଁ ଓପନ୍ ରାପିଡ୍ ଚେସ୍ ଟୁର୍ଣ୍ଣାମେଣ୍ଟ,

40


ଓଡ଼ଗାଁ, ୨୯ା୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ବ୍ଲକ୍ ରୋଡ୍‌ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ଆସନ୍ତା ନଭେମ୍ବର ୫ ତାରିଖ ଗୁରୁବାର ଚତୁର୍ଦ୍ଦଶ ଓଡ଼ଗାଁ ଓପନ୍ ରାପିଡ୍ ଚେସ୍ ଟୁର୍ଣ୍ଣାମେଣ୍ଟ-୨୦୨୬ ଅନୁଷ୍ଠିତ ହେବ। ରଘୁନାଥ ଆଥଲେଟିକ୍ ଆସୋସିଏସନ୍ (ଆରଏଏ),ଓଡ଼ଗାଁ ପକ୍ଷରୁ ସମ୍ପାଦକ ତଥା କ୍ରିଡ଼ା ସଂଗଠକ ଦିବାକର ନାଏକଙ୍କ ତତ୍ବାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାର ପ୍ରଥମ ରାଉଣ୍ଡ ସକାଳ ୯ଟାରୁ ଆରମ୍ଭ ହେବ। ପ୍ରତିଯୋଗିତାରେ ମୋଟ ୭ଟି ରାଉଣ୍ଡ ଖେଳାଯିବ। ପ୍ରତ୍ୟେକ ଖେଳାଳିଙ୍କୁ ୧୫ ମିନିଟ୍ ସମୟ ସହ ପ୍ରତି ଚାଲ୍‌ରେ ୧୦ ସେକେଣ୍ଡ ଅତିରିକ୍ତ ସମୟ ମିଳିବ। ପ୍ରତିଯୋଗିତାରେ ୧୭ ବର୍ଷରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ପାଇଁ ସିନିୟର୍ ଓପନ୍ ଏବଂ ୧୭ ବର୍ଷରୁ କମ୍ ବାଳକ ଓ ବାଳିକାଙ୍କ ପାଇଁ ଅଣ୍ଡର୍-୧୭ ବର୍ଗ ରହିଛି। ସିନିୟର୍ ବର୍ଗରେ ପ୍ରବେଶ ଶୁଳ୍କ ୨୦୦ ଟଙ୍କା ଓ ଅଣ୍ଡର୍-୧୭ ବର୍ଗରେ ୧୦୦ ଟଙ୍କା ରଖାଯାଇଛି। ସିନିୟର୍ ବର୍ଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ଯଥାକ୍ରମେ ୨,୫୦୦, ୧,୮୦୦ ଓ ୧,୨୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ। ସେହିପରି ଅଣ୍ଡର୍-୧୭ ବର୍ଗର ପ୍ରଥମ ତିନି ସ୍ଥାନ ପାଇଁ ଯଥାକ୍ରମେ ୨,୦୦୦, ୧,୫୦୦ ଓ ୧,୦୦୦ ଟଙ୍କା ପୁରସ୍କାର ରହିଛି। ଉଭୟ ବର୍ଗର ଚତୁର୍ଥ ସ୍ଥାନ ପାଇଁ ୮୦୦, ପଞ୍ଚମ ସ୍ଥାନ ପାଇଁ ୭୦୦ ଏବଂ ଷଷ୍ଠ ଓ ସପ୍ତମ ସ୍ଥାନ ଅଧିକାରୀଙ୍କୁ ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ମୋଟ ୧୫ ହଜାର ଟଙ୍କାର ନଗଦ ପୁରସ୍କାର ସହ ୧୦ଟି ଆକର୍ଷଣୀୟ ଟ୍ରଫି ରହିଛି। ଏଥିସହ ଉଭୟ ବର୍ଗରେ ୬ରୁ ୧୩ ବର୍ଷ ବୟସର ବାଳକ ଓ ବାଳିକାଙ୍କ ପାଇଁ ବୟସ ଭିତ୍ତିକ ପୁରସ୍କାର ବ୍ୟବସ୍ଥା ରହିଛି। ସର୍ବକନିଷ୍ଠ ବାଳକ ଓ ବାଳିକାଙ୍କୁ ଗୋଟିଏ ଲେଖାଏଁ ଟ୍ରଫି ଦିଆଯିବ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ସହ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ରହିଛି। ଆଗ୍ରହୀ ଖେଳାଳିମାନେ ନିଜର ନାମ, ଲିଙ୍ଗ, ଜନ୍ମ ତାରିଖ, ଫିଡେ (FIDE) ଆଇଡି, ମୋବାଇଲ୍ ନମ୍ବର ଓ ଜିଲ୍ଲାର ନାମ ଉଲ୍ଲେଖ କରି ୯୩୩୭୩୦୫୩୮୦ ନମ୍ବରକୁ ହ୍ୱାଟ୍ସଆପ୍‌ରେ ପଠାଇ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ଓ ଅର୍ଥ ପୈଠ ସମ୍ପର୍କରେ ନରେଶ ପାଣିଗ୍ରାହୀ (୮୨୪୯୪୦୧୪୦୯) ଓ ବସନ୍ତ କୁମାର ବିଷୋୟୀ (୭୯୭୮୫୮୨୫୨୩)ଙ୍କ ସହ ଯୋଗାଯୋଗ କରିହେବ। ଅନ୍ୟାନ୍ୟ ସୂଚନା ପାଇଁ ଗଙ୍ଗାଧର ଦାସ (୯୩୩୭୧୮୧୮୪୯)ଙ୍କୁ ଯୋଗାଯୋଗ କରିବାକୁ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଖେଳାଳିମାନେ ସମ୍ଭବ ହେଲେ ନିଜସ୍ୱ ଚେସ୍ ଘଣ୍ଟା ସାଙ୍ଗରେ ଆଣିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.