ଅଗ୍ନିଶମ ବାହିନୀ ଦ୍ୱାରା ତିନିଟି ସ୍ଥାନରୁ ରାସ୍ତା ଅବରୋଧ ହଟିଲା,

60


ଓଡ଼ଗାଁ, ୨୯।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିବା ଯୋଗୁଁ ରାସ୍ତା ଅବରୋଧ ହୋଇଥିଲା। ଏନେଇ ସୂଚନା ପାଇବା ପରେ ଓଡ଼ଗାଁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ପଡ଼ିଥିବା ବଡ଼ ବଡ଼ ଗଛଗୁଡ଼ିକୁ କାଟି ସଫା କରିଥିଲେ। ଫଳରେ ଅବରୋଧ ହଟିବା ସହ ଯାତାୟାତ ସ୍ୱାଭାବିକ ହୋଇଥିଲା। ସୂଚନା ଅନୁଯାୟୀ, ଶରଣକୁଳ ଥାନା ଅନ୍ତର୍ଗତ ଗୋଡ଼ିପଲ୍ଲୀ ପଞ୍ଚାୟତର ଚଢ଼େୟାପଲ୍ଲୀ ରାସ୍ତା, କଜଳାଇପଲ୍ଲୀ ପଞ୍ଚାୟତର କଜଳାଇପଲ୍ଲୀ ରାସ୍ତା ଏବଂ ପନ୍ତିଖାରୀ ପଞ୍ଚାୟତର ପନ୍ତିଖାରୀ ଗାଁ ରାସ୍ତାରେ ଗଛ ପଡ଼ି ଗମନାଗମନରେ ବାଧା ସୃଷ୍ଟି ହୋଇଥିଲା। ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ଯୋଗୁଁ ଏହି ତିନୋଟି ସ୍ଥାନରେ ରାସ୍ତା ଅବରୋଧ ହଟାଯାଇ ସାଧାରଣ ଲୋକଙ୍କ ଯାତାୟାତ ସୁଗମ କରାଯାଇଥିଲା।

Leave A Reply

Your email address will not be published.