ଶିଶୁ ବିଦ୍ୟାମନ୍ଦିରର ୨୩ ତମ ବାର୍ଷିକ ଉତ୍ସବ

0

ଗୁଣପୁର ରୁ ସିଦ୍ଧାର୍ଥ ଦାଶ ‬: ଗୁଣପୁର ଶିଶୁ ବିଦ୍ୟାମନ୍ଦିର ପରିସରରେ ଥିବା ରଙ୍ଗ ମଞ୍ଚ ରେ ବିଦ୍ୟାଳୟ ର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠାନ ର ସଭାପତି ଲଳିତ ବଦ୍ୟଭୂଷଣ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଜେ.କେ କାଗଜ କଳର ଉପପ୍ରବନ୍ଧକ ହରିହର ଖମାରି ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ତହସିଲଦାର ବିଏସ୍ ଦୁର୍ଗେୟା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ଯ ପ୍ରଫୁଲ୍ଲ କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଜଗନ୍ନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ ।

କାର୍ଯ୍ୟକ୍ରମ ଆଚାର୍ଯ୍ୟା ସଂଯୁକ୍ତା ନାୟକ ସଂଯୋଜନା କରିଥିଲେ। ଅୟୋଜିତ ବିଭିନ୍ନ ପ୍ରତିଯୋଗୀତା ରେ କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟୟନରତ ବିଦ୍ୟାର୍ଥୀ ଙ୍କ ଦ୍ଵାରା ପୃଥକ ପୃଥକ ଭାବେ ଅଜା ନମସ୍କାର ଏବଂ ଏହି ମାଟି ଆମ ମା ନାମକ ଦୁଇଟି ନାଟକ ପରିବେଷଣ କରାଯିବା ସହ ଦଶ ରୁ ଉର୍ଦ୍ଦ ନୃତ୍ୟ ପରିବେଷଣ କରାଯାଇଥିଲା । ସଂସ୍କୃତିକ କାର୍ଯ୍ୟକ୍ରମ କୁ ସ୍ଥାନୀୟ କଳାକାର କୈଳାସ ଦାସ ଏବଂ ନରସିଂହ ଶତପଥୀ ଯୁଗ୍ମ ଭାବେ ଉଦଘାଟନ କରିଥିଲେ। 

Leave A Reply

Your email address will not be published.