ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ 

0

ପାଇକମାଲ :- ଏକ ଦୁଃଖଦ ଘଟଣା କ୍ରମରେ ଆଜି ପାଇକମଲ ବ୍ଲକ୍ର ସଦନନ୍ଦପୁର ଛକ ନିକଟରେ ଏକ ସଡକ ଦୁର୍ଘଟଣା ରେ ଭେଙ୍ଗରାଜ ପୁର ଗ୍ରାମର ଧୁବଳେ ରଣା ଙ୍କର ପୁଅ ଦିଲୀପ ରଣା ଙ୍କର ଶୋଚନୀୟ ମୃତ୍ୟୁ ହେଇଯାଇଛି । ଜଣାପଡିଛି ଯେ ଦିଲୀପ ନିଜର ଘରୋଇ କାମ ସାରି ପଦ୍ମପୁର ରୁ ଗ୍ରାମ କୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ସିମେଣ୍ଟ ଖମ୍ବ  ରେ ତାଙ୍କର ବାଇକ ପିଟି ହେବା ଫଳରେ ଘଟଣା ସ୍ଥଳରେ ରେ ତାଙ୍କର ମୃତ୍ୟୁ ହେଇଯାଇଥିଲା । 

         ଏଠାରେ ସୂଚନାଯୋଗ୍ୟ ଯେ ଅଂଚଳ ରେ ଘଟିଥିବା ଗତ କିଛି ମାସ ହେଲା ବାଇକ ଦୁର୍ଘଟଣା ରେ ଯେତେ ଭି ଲୋକ ମାରିଛନ୍ତି ସେମାଙ୍କର ମଧ୍ୟରେ ଅଧିକାଂଶ ଲୋକ ଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖା ଯାଉଛି । ଏହାର ଏକମାତ୍ର କାରଣ ଯେ ବହୁ ଲୋକ ହେଲମେଟ ପିନ୍ଧିବାକୁ ପସନ୍ଦ କରୁନାହାନ୍ତି । ଯାହାଫଳରେ ଦୁର୍ଘଟଣା ହେଲେ ମୁଣ୍ଡରେ ଆଘାତ ବାଜୁଛି । ପୋଲିସ ପ୍ରଶାସନ ତରଫରୁ ବାରମ୍ବାର ହେଲମେଟ ଅଭିଯାନ କରାଯାଉଛି ହେଲେ କିଛି ଲୋକ ଏହାକୁ ପାଳନ ନକରୁଥିବା କାରଣରୁ ନିଜ ଓ ଅନ୍ୟର ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନି ।

           ଦୁର୍ଘଟଣାର ଖବର ପାଇକମାଲ ଥାନାକୁ ପହଂଚିବା ପରେ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନିର୍ଦେଶ ରେ ASI S K ଦାସ ଘଟଣା ସ୍ଥଳକୁ ପହଂଛି ତଦନ୍ତ କରିବାସହିତ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ନିମନ୍ତେ ପଦ୍ମପୁର ଉପଖଣ୍ଡ ଡାକ୍ତର ଖାନା କୁ ପଠେଇ ଦେଇଛନ୍ତି ।

Leave A Reply

Your email address will not be published.