ଗୋଲଡେନ ବାବାର ଗୋଲଡେନ  ଆସରରେ ନେତା କରୁଥିଲେ ଅୟସ : ଟେନ୍ସନରେ ନେତା  

0

ଭୁବନେଶ୍ୱର : ଗିରଫ ହୋଇଛି ବ୍ରାଣ୍ଡେଡ ଠକ ଗୋଲଡେନ ବାବା ଆଲିଆସ  ଜ୍ୟୋତିରଂଜନ ବେହୁରା | ସେ ବିଜୁ ଜନତା ଦଳର ସକ୍ରୀୟ କର୍ମୀ ଓ ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ଆଶାୟୀ ବିଧାୟକ ପ୍ରାର୍ଥୀ । କିଛି ବିଜେଡି ନେତାଙ୍କୁ ପକେଟରେ ପୁରାଇ ରଖିଥିଲା |  ବିଜୁ ଜନତା ଦଳର ବହୁ ମନ୍ତ୍ରୀ ଓ ନେତା ଯଥା ଦେବୀ ମିଶ୍ର, ଅଶୋକ ପଣ୍ଡା, ବିଭୂତି ବଳବନ୍ତ ରାୟ, ରାଜେନ୍ଦ୍ର ସାହୁ, ଅନନ୍ତ ନାରାୟଣ ଜେନା ଭଳି ବହୁ ସରକାରୀ ବିଜେଡି ଦଳର ନେତୃବୃନ୍ଦ ସମ୍ପର୍କରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ତା ଦ୍ୱାରା ଆୟୋଜନ ହେଉଥିବା ବହୁ ସଭା ଓ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗୋଲଡେନ୍ ବାବାଙ୍କୁ ପ୍ରଶଂସା କରିବା ସହ ପ୍ରୋତ୍ସାହିତ କରନ୍ତି । ଆଉ କିଛି ଖାସ ନେତାଙ୍କ ପାଇଁ ଗୋଲଡେନ ମେହେଫିଲ ଆୟୋଜନ କରୁଥିଲା, ସୁରା ଆଉ ସାକୀର | ସେ ଆସରକୁ କିଛି ଯୁବତୀ ବି ଆସୁଥିଲେ ବୋଲି ଶୁଣିବାକୁ ମିଳିଛି | କିଛି ନେତାଙ୍କ ସବୁପ୍ରକାର ଖୁସିର ଆୟୋଜନ କରାଯାଉଥିଲା ଗୋଲଡେନ | ସବୁ ପ୍ରକାର ଖୁସି କଲାଭଳି ଜିନିଷ ଯୋଗାଇ ଦେଉଥିଲା କିଛି ନେତାଙ୍କୁ | କେବଳ ନେତା ନୁହନ୍ତି କିଛି ଅଫିସର ମଧ୍ୟ ଗୋଲଡେନର ଜାଲରେ ପଡ଼ିଥିଲେ | ଏବେ କିଛି ବିଜେଡି ନେତାଙ୍କ ହାର୍ଟ ବିଟ ବଢିଯାଇଛି  |  

Leave A Reply

Your email address will not be published.