ଓତଳ ଗ୍ରାମ ରାସ୍ତା ନିର୍ମାଣକୁ ନେଇ ମାଡ଼ପିଟ୍,୧ ଗୁରୁତର

0

ତିର୍ତ୍ତୋଲ/ରମେଶ ମହାନ୍ତି  :ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପିପ୍ପଳମାଧବ ପଞ୍ଚାୟତ ଓତଳ ଗ୍ରାମର ଢଳେଇ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ମାଡ଼ପିଟ୍ ଯୋଗୁଁ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।ସୂଚନାନୁଯାୟୀ ଉକ୍ତ ପଞ୍ଚାୟତର ଓତଳ ଗ୍ରାମରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୨ଲକ୍ଷ ୨୫ହଜାର ବ୍ୟୟବରାଦରେ କୁମୁଦ ବେହେରା ଘର ଠାରୁ ସମିର ଲେଙ୍କା ଘର ପର୍ଯ୍ୟନ୍ତ ଢଳେଇ ରାସ୍ତାର ଶୁଭାରମ୍ଭ କରାଯାଇଥିଲା।ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଗ୍ରାମର ୱାର୍ଡ଼ ସଭ୍ୟ ଯଶୋବନ୍ତ ମହାନ୍ତିଙ୍କ ଅଜାଣତରେ ହେଉଥିବାରୁ ପ୍ରତିବାଦ କରିଥିଲେ।ଯାହାଫଳରେ ରାସ୍ତା କାର୍ଯ୍ୟ ଦାୟୀତ୍ବରେ ଥିବା ଯୁବକମାନେ ଉତକ୍ଷିପ୍ତ ହୋଇ ଯଶୋବନ୍ତ ଓ ତାଙ୍କ ବଡ ଭାଇଙ୍କୁ ଠେଙ୍ଗାରେ ବାଡେଇବା ଫଳରେ ଯଶୋବନ୍ତ ଖଣ୍ଡିଆ ଖାବରା ହେବା ସହିତ ବଡଭାଇର ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା।ସ୍ଥାନୀୟ ଲୋକେ ପାଟିଶୁଣି ପହଞ୍ଚିବାରୁ ଉତ୍ୟକ୍ତ ଲୋକ ଘଟଣା ସ୍ଥଳରୁ ପଳାଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଘଟଣା ସଂପର୍କରେ ତିର୍ତ୍ତୋଲ ଥାନାରେ ଯଶୋବନ୍ତ ତାଙ୍କୁ ଓ ତାଙ୍କ ବଡ ଭାଇଙ୍କୁ ମାରିଥିବା କିଛି ଯୁବକଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅପର ପକ୍ଷରୁ ପାଲଟା ଅଭିଯୋଗ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

 

Leave A Reply

Your email address will not be published.