କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋରଖପୁର ପଞ୍ଚାୟତ ସ୍ଥିତ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନରତ ଏକ କୁନି ଛାତ୍ର ର ଦାରୁଣ ଦୃଶ୍ୟ ବର୍ତମାନ ଗ୍ରାମବାସୀଙ୍କୁ ବିଚଳିତ କରିଦେଇଛି।
ରିତେଶ ଗଉଡ଼ ୯, ପିତା ପଢ ଗଉଡ଼, ଗ୍ରାମ ଗୋରଖପୁର।
ସେ ଗୋରଖପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଅଧ୍ୟୟନ କରେ। ଆଜକୁ ପ୍ରାୟ ୬ ମାସ ପାଖାପାଖି ହବ କୌଣସି ଏକ ଅଜଣା ରୋଗ ରେ ପୀଡିତ ଥିବା ଜଣାପଡିଛି ।
ପ୍ରଥମେ ପିଲାର ଅବସ୍ଥା କୁ ଦେଖି ବିଦ୍ୟାଳୟର କିଛି ଶିକ୍ଷକ ମାନେ ଟିକିରି ସ୍ଥିତ ନୂଆପଡା ଚିକିତ୍ସା କେନ୍ଦ୍ର ରେ ଚିକିତ୍ସା କରିଥିଲେ ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ର ରେ ଭର୍ତି କରିଥିଲେ। ପୁଣି ଜିଲ୍ଲା ଚିକିତ୍ସାଳୟର ନିର୍ଦେଶ କ୍ରମେ କୋରାପୁଟ ସ୍ଥାନାନ୍ତର କରାଗଲା | କିନ୍ତୁ କୌଣସି ସଫଳ ଚିକିତ୍ସା ହୋଇପାରିଲାନାହିଁ। ଏହାପରେ ରୋଗୀଙ୍କୁ କୋଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ବୋଲି ପରିବାର ପକ୍ଷରୁ ପ୍ରକାଶ କରାଯାଇଛି।
ବର୍ତମାନ ପରିବାର ପକ୍ଷେ ଅର୍ଥ ବାଧକ ସାଜିଥିବା ବେଳେ ଚିକିତ୍ସା ପାଇଁ ସହାୟତାର ନିବେଦନ କରିଛନ୍ତି। ପୀଡିତ ଙ୍କ ପିତା ଦିନ ମଜୁରିଆ, ତାଙ୍କ ସ୍ତ୍ରୀ ମଧ୍ୟ ସାହି ପଡିଶା ଘରେ ଦୁଇ ଓଳି ବୁଳି କାମ କରି ସ୍ୱାମୀ ସ୍ତ୍ରୀ ଓ ଚାରି ପିଲାଙ୍କ ଭରଣପୋଷଣ କରିଥାନ୍ତି। ଏହିଭଳି ଆର୍ଥିକ ପରିସ୍ଥିତିର ଶୋଚନୀୟ ଅବସ୍ଥାରେ ଗୁଜୁରାଣ ମେଣ୍ଟାଉଥିବା ସ୍ଥଳେ କେମିତି ପିଲାର ଚିକିତ୍ସାପାଇଁ ଅର୍ଥ ଯୋଗାଡ଼ କରିବେ ସେଥିପାଇଁ ପରିବାର ଏକ ଚିନ୍ତା ଭିତରେ ରହିଛନ୍ତି |
Sign in
Sign in
Recover your password.
A password will be e-mailed to you.
Next Post