ଯୁବ କଂଗ୍ରେସ ପକ୍ଷ ରୁ ପ୍ରଧାନ ମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ।

3

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଗୁରୁବାର ଯୁବ କଂଗ୍ରେସ ପକ୍ଷ ରୁ ଗୃହ ମନ୍ତ୍ରୀ ଅମିତ୍ ଶାହା ବାବା ସାହେବ୍ ଆମ୍ବେଦକର ଙ୍କ ପ୍ରତି ଦେଇଥିବା ମନ୍ତବ୍ୟ କୁ ବିରୋଧ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହା ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଯୁବ କଂଗ୍ରେସ ଜିଲ୍ଲା କାର୍ଯ୍ୟ କାରୀ ସଭାପତି ସୁବ୍ରତ କୁମାର ବେହୁରା ଙ୍କ ନେତୃତ୍ଵ ରେ ଯୁବ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରା ରେ କଂଗ୍ରେସ କାର୍ଯ୍ୟାଳୟ ରୁ ବାହାରି ସ୍ଥାନୀୟ କାଳୀ ମଣ୍ଡପ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ ସହ କୁଶ ପୁତ୍ତଳିକା ଦାହ କରିଛନ୍ତି। ଏହି କାର୍ଯ୍ୟ କର୍ମ ରେ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସିଦ୍ଧାନ୍ତ ଦାସ, ବ୍ଲକ୍ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଭାତ୍ ବାରିକ୍ ନଗର ଯୁବ କଂଗ୍ରେସ ସମ୍ପାଦକ ଟୁଟୁ ଖାନ୍, ଚନ୍ଦନ ନାୟକ, ରମେଶ ଚାନ୍ଦ , ବାଦଲ ନାୟକ, ଚନ୍ଦନ ମହାକୁଡ,ଦୀପକ ନାୟକ, ବାପି ମହାନ୍ତି, ଯୁମନ୍ ଖାଁ ପ୍ରମୁଖ ଉପସ୍ଥିତ ରହି ଥିଲେ।

Leave A Reply

Your email address will not be published.