ସୁବର୍ଣ୍ଣପୁର,୧୯/୧୨ ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି ଠାରେ ବ୍ଲକ ସ୍ତରୀୟ ବର୍ଣ୍ଣାଳୀ ତାଲିମ ଶିବିର ଉଦଘାଟିତ ହୋଇଯାଇଛି l ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ କୁ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବୈଶାଖୁ ପଧାନ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ l ବରିଷ୍ଠ ଗୋଷ୍ଠୀ ସହଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା ଓ ଜଗତ ମଲ୍ଲିକ ତାଲିମ କାର୍ଯ୍ୟକ୍ରମ ପରିଦର୍ଶନ ରେ ଆସି ଲିଙ୍ଗଗତ ଭେଦଭାବ ଦୂରୀକରଣ ପାଇଁ ଶ୍ରେଣୀ ପରିଚାଳନା ର କୌଶଳ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭୂମିକା ବିଷୟରେ ପରାମର୍ଶ ଦେଇଥିଲେ l ସୁନାପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଲତା ମିଶ୍ର,ସାହାଯବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଆର୍ତତ୍ରାଣ ପଧାନ ,ଦିଗଶିରା ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନଶିକ୍ଷକ ଅମ୍ଲାନ ପାଣ୍ଡିଆ ଓ ଗଜବନ୍ଧ ସିଆରସିସି ନରେନ୍ଦ୍ର ପୁରୋହିତ ମୁଖ୍ୟ ଆଲୋଚକ ଭାବେ ଯୋଗଦାନ କରିଥିଲେ l ତେତିଶ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଲିଙ୍ଗଗତ ଓ ସାମାଜିକ ଭେଦଭାବ ର ଦୂରୀକରଣ ପାଇଁ ଶ୍ରେଣୀ ପରିଚାଳନା ର କୌଶଳ, ପାଠ୍ୟକ୍ରମ,ପାଠ୍ୟପୁସ୍ତକ ର ବର୍ଣ୍ଣାଳୀ କାର୍ଯ୍ୟପୁସ୍ତିକା ସହ ସଂଯୋଗୀକରଣ ବିଷୟରେ ପ୍ରଶିକ୍ଷଣ ରେ ଅଂଶଗ୍ରହଣ କରିଥିଲେ l ସର୍ଗୁଲ ସିଆରସିସି ନୀଳକଣ୍ଠ ନାଏକ,ପିଏମ ପୋଷଣ ତଥ୍ୟ ପରିଚାଳକ ବିନାୟକ ମିଶ୍ର,ସମଗ୍ର ଶିକ୍ଷା ତଥ୍ୟ ପରିଚାଳକ ଶ୍ରଦ୍ଧା ସାହୁ, ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ l ଉଦଯାପନୀ ଉତ୍ସବ ରେ ଗୋଷ୍ଠୀ ସହ ଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରମାଣପତ୍ର ବିତରଣ କରିଥିଲେ l ଶେଷରେ ଡୁଙ୍ଗୁରିପାଲି ସିଆରସିସି ପ୍ରବୀର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post