କୁଚିଣ୍ଡା: ଜମନକିରା ଥାନା ଟିକିଲିପଡ଼ା ପଞ୍ଚାୟତ ରେଙ୍ଗାଲବେଡା ଗ୍ରାମର ମହାଜନପଡ଼ାରେ ଜଣେ ମହିଳା ବେକରେ ଶାଢ଼ୀ ଗୋଡେଇ ଘର ରେ ଝୁଲୁଥିବା ଦେଖି ଘର ଲୋକେ ପୋଲିସ କୁ ଖବର କରିଥିଲେ। ଜମନକିରା ପୋଲିସ ଟିମ ଘଟଣା ସ୍ଥଳକୁ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନା କୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତକ ଘୋଷଣା କରିଥିଲେ। ମୃତଙ୍କ ପରିଚୟ ପାଞ୍ଚାଳୀ ଥିବା ଜଣା ପଡ଼ିଛି।ପୋଲିସ ସୂଚନା ଅନୁଯାଇ ପାଞ୍ଚାଳୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଦାବେଳେ ଖରାପ ରହୁଥିବାରୁ ସେ ମାନସିକ ଅବସାଦ ଭିତରେ ରହୁଥିଲେ। କିଛି ଦିନ ପୂର୍ବରୁ ସେ ତାଙ୍କ ପେଟରେ ଟିୟୁମର୍ ଅପରେସନ କରିଥିଲେ। ସୋମବାର ରାତିରେ ସମସ୍ତେ ଖାଇ ପିଇ ଶୋଇଲା ପରେ ବିଳମ୍ବିତ ରାତିରେ ନିଜ ଶାଢ଼ୀ ରେ ଘର ଉପରେ ଥିବା ଏକ କାଠ ପାଟିରେ ବେକରେ ଶାଢ଼ୀ ଗୋଡେଇ ହୋଇ ଆତ୍ମହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତ ରେ ଅନୁମାନ କରାଯାଉଛି। ଆତ୍ମହତ୍ୟା କରିଥିବା ନେଇ ପୋଲିସ ଜମନକିରା ଥାନା କେସ ନ.୧୭/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ଅଧିକ ତଦନ୍ତ କରୁଛି। କୁଚିଣ୍ଡା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଏ ସମ୍ପର୍କ ରେ ଘଟଣା ର ତଦନ୍ତ କରୁଥିବା ଏ.ଏସ.ଆଇ ସନ୍ତୋଷ ସ୍ୱାଇଁ ଙ୍କୁ ପଚାରିବାରୁ ବର୍ତମାନ ତଦନ୍ତ ଚାଲିଛି ଓ ଶବ ବ୍ୟବଛେଦ ରିପୋଟ ଆସିବା ପରେ ମୃତ୍ୟୁ ର କାରଣ ଜଣା ପଡିବ ବୋଲି କହିଥିଲେ।
Sign in
Sign in
Recover your password.
A password will be e-mailed to you.