ଲଉଡ଼ିଦର୍ହl ଠାରେ ବିବେକାନନ୍ଦ ପାଠାଗାର ଉଦଘାଟିତ l

0

ଝାରବନ୍ଧ – ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ଗ୍ରାମ ରେ ଗଉତିଆ ସ୍ବର୍ଗତ ରଘୁନନ୍ଦନ ଭୋଇ ଙ୍କ ସ୍ମୃତି ରେ ବିବେକାନନ୍ଦ ପାଠାଗାର ଉଦଘାଟିତ ହୋଇଛି l ତାଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ମହେନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ପାଠାଗାର ରେ ସ୍ବର୍ଗତ ଶ୍ରୀ ଭୋଇ ଙ୍କ ବିଷୟ ରେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ଭାବେ ଉମେଶ ଚନ୍ଦ୍ର ପଣ୍ଡା ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ପ୍ରଧାନ ମୁଖ୍ୟ ଵକ୍ତା ଭାବରେ ଯୋଗଦାନ କରି ପୁସ୍ତକ ପଠନ ର ଉପକାରିତା ସମ୍ବନ୍ଧ ରେ ସୂଚନା ପ୍ରଦାନ କରି ଅଧିକ ମାତ୍ରା ରେ ବହି ପଢିବାକୁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଏହି ପଠାଗାର ଉଦଘାଟିତ ପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲିକ୍ଷିତ ହୋଇଥିଲା l ଜ୍ୟୋତିରଞ୍ଜନ ଜଗତ ପ୍ରାରମ୍ଭ ରୁ ପାଠାଗାର ର ଉଦ୍ଦେଶ୍ୟ ଉପରେ ସୂଚନା ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Leave A Reply

Your email address will not be published.