ବରଗଡ଼ ରେ ଆଇନ ଶୃଙ୍ଖଳା ସୁଧାରିବାକୁ ଚେତାବନୀ ଦେଲା ବିଜେଡି।

6

ଅପରାଧିକ କାର୍ଯ୍ୟ ନିୟନ୍ତ୍ରଣ ନ ହେଲେ ଆଗାମୀ ଦିନ ରେ ବିଜେଡି କରିବ ଆନ୍ଦୋଳନ।

ବରଗଡ଼ :- ଜିଲ୍ଲା ରେ ଦିନ କୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ସାଙ୍ଗକୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ରେ ଲାଗିଥିବା ବେଳେ ନିରୀହ ଜନ ସାଧାରଣ ଙ୍କ ପାଇଁ ଚିନ୍ତା ର ବିଷୟ ପାଲଟିଥିବା ବିଷୟ ରେ ବରଗଡ଼ ବିଜୁ ଜନତା ଦଳ ଗଭୀର ଉଦବେଗ ପ୍ରକାଶ କରିଛି ।ଏଥି ସହିତ ସମଗ୍ର ରାଜ୍ୟ ରେ ବରଗଡ଼ ଶାନ୍ତି ଓ ଭାଇ ଚାରାର ସହର ଭାବେ ପରିଚିତ ଥିବା ବେଳେ ପୋଲିସ ର ନିଷ୍କ୍ରିୟତା ଯୋଗୁ ଦିନ କୁ ଦିନ ଅଶାନ୍ତ ହେବାରେ ଲାଗିଛି ବୋଲି ଉଲ୍ଲେଖ କରି ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତ ର ସୋଡା ଗ୍ରାମ ରେ ଆଦିବାସୀ ଝିଅ ପ୍ରତି ଘଟିଥିବା ଅମାନୁଷିକ କାର୍ଯ୍ୟ ଓ ବରଗଡ଼ ବ୍ଲକ ତୁରୁଙ୍ଗା ଗ୍ରାମର ଜନୈକ ପରିବାର ପ୍ରତି ହୋଇଥିବା ସଂଘବଦ୍ଧ ଆକ୍ରମଣ ଘଟଣା ଏହାର ଜ୍ବଳନ୍ତ ଉଦାହରଣ ଓ ଦୁର୍ଭାଗ୍ୟ ଜନକ ବୋଲି ଅଭିହିତ କରାଯାଇଛି । ଜିଲ୍ଲା ରେ ବିଭିନ୍ନ ଅଞ୍ଚଳ ରେ ବ୍ୟାପକ ମାତ୍ରା ରେ ଚାଲିଥିବା ନିଶା ଯଥା କୋରେକ୍ସ ,ବେଆଇନ ମଦ ଗଞ୍ଜେଇ ,ବ୍ରାଉନ ସୁଗର ଓ ଯାତ୍ରା ଆଳରେ ଜୁଆ ଓ ସଟ୍ଟା ଖେଳ ଯୁବ ବର୍ଗ ଙ୍କୁ ବିପଥ ଗାମୀ କରି ଚାଲିଥିବା ବେଳେ ଏହି ସବୁ କାର୍ଯ୍ୟରେ ସମାଜ ର ତଥା କଥିତ କିଛି କ୍ଷମତାଶାଳୀ ଓ ପ୍ରତିପତ୍ତି ଶାଳୀ ବ୍ୟକ୍ତି ବିଶେଷ ଙ୍କ ସଂପୃକ୍ତି ଓ ଛତ୍ର ଛାୟା ତଳେ ହେଉଥିବା ବେଳେ ପୋଲିସ ଜାଣି ଶୁଣି ସେମାନଙ୍କ ବିରୁଦ୍ଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ର ଅଭିଯୋଗ ହେଉଛି ।ଆଗାମୀ ଦିନରେ ଏଭଳି କାର୍ଯ୍ୟ କଳାପ କୁ ପ୍ରଶ୍ରୟ ଦେଉଥିବା ବା ସଂପୃକ୍ତ ଥିବା
ବ୍ୟକ୍ତି ଙ୍କ ବିରୁଦ୍ଧରେ ବରଗଡ଼ ପୋଲିସ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି । ଏଥି ସହିତ ଆଗାମୀ ଦିନ ରେ ବରଗଡ଼ ରେ ଧନୁଯାତ୍ରା ଓ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ପର୍ବ ପର୍ବାଣୀ ଓ ଯାତ୍ରା ଅନୁଷ୍ଟିତ ହେବାକୁ ଥିବା ବେଳେ ଏ ଦିଗରେ ଜିଲ୍ଲା ପୋଲିସ ଅପରାଧିକ କାର୍ଯ୍ୟକଳାପ ଓ ଅପରାଧିକ କାର୍ଯ୍ୟ କଲାପ ରେ ସଂପୃକ୍ତ ଥିବା ବ୍ୟକ୍ତି ଙ୍କ ଉପରେ କଠୋର ମନୋଭାବ ପୋଷଣ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ଅନ୍ୟଥା ବିଜୁ ଜନତା ଦଳ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବି ପତ୍ର ପ୍ରଦାନ କରିଛି । ଏହି ଅବସର ରେ ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ମହାପାତ୍ର,ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ରୀତା ସାହୁ ,ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ,ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ ବରଗଡ ବ୍ଲକ ସଭାପତି ପ୍ରଫୁଲ୍ଲ ନାଏକ, ଟାଭନ ସଭାପତି କିଶୋର ମିଶ୍ର ଙ୍କ ସମେତ ବହୁ ବିଜେଡି ର ନେତୃମଣ୍ଡଳୀ ସ୍ଥାନୀୟ ଏସ ପି ଙ୍କ କାର୍ଯ୍ୟାଳୟ କୁ ଯାଇ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.