ବିଜେପୁର/ସୁଶାନ୍ତ ସାହୁ ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକରେ ଆଜି ଖରିଫ ଋତୁର ଧାନ ସଂଗ୍ରହ ପାଇଁ ମଣ୍ଡିମାନ ଖୋଲାଯାଇଛି l କେଉଁଟିପାଲି ମଣ୍ଡିକୁ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ଉଦଘାଟନ କରିଥିବା ବେଳେ ତାଳପଦର ମଣ୍ଡିକୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କାମିନୀ ପଧାନ, ନିର୍ମଳ ଜେନା, ଅଶ୍ୱିନୀ ସାହୁ ଉଦଘାଟନ କରିଥିଲେ l ଖରମୁଣ୍ଡା ରେ ସରପଞ୍ଚ ମନୋଜ ପଧାନ ଉଦଘାଟନ କରିଥିଲେ l ଏମ ଶ୍ରୀଗୀଡା ମଣ୍ଡିକୁ ସମବାୟ ସମିତି ର ସଭାପତି ନବୀନ ବାରିକ ଉଦଘାଟନ କରିଥିଲେ l ବିଜେପୁର ବ୍ଲକ ରେ ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଟି ଓ ବାକି ଜାଗା ମାନଙ୍କରେ ସୋସାଇଟି ମାଧ୍ୟମରେ ଧାନ କିଣିବାର ନିର୍ଦ୍ଧାରୀତ କରାଯାଇଛି l ବିଜେପୁର ତହସିଲଦାର କର୍ଣ୍ଣ ସୁନା ସମସ୍ତ ମଣ୍ଡିମାନଙ୍କ ରେ ଚାଷୀମାନେ କିପରି ସୁଚାରୁରୂପେ ଧାନବିକ୍ରି କରି ପାରିବେ ଧ୍ୟାନଦେବ କୁ ନିର୍ଦେଶ ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.