ବିଜେପୁର :-ସୁଶାନ୍ତ ସାହୁ ବିଜେପୁର ବ୍ଲକର ଲାଉମୁଣ୍ଡା ଅଞ୍ଚଳରେ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡ ଗଠିତ ହୋଇ COTPA ନିୟମ ଭଙ୍ଗକରି ସର୍ବସାଧାରଣ ସ୍ଥାନମାନଙ୍କରେ ତମାଖୁ ଉତ୍ପାଦ ବିକ୍ରି କରୁଥିବା ୮ ଜଣ ନିୟମ ଖିଲାପକାରୀଙ୍କ ଠାରୁ ସମୁଦାୟ ଟ.୨୭୦୦/ ଟଙ୍କା ଜୋରିମାନା ସଂଗ୍ରହ କରାଯିବା ସହ ଜନସାଧରଣଙ୍କୁ ଖାଦ୍ୟରେ ରଂଗ ବ୍ୟବହାର ନ କରିବା, ଖବରକାଗଜ ରେ ଖାଦ୍ୟ ସାମଗ୍ରୀ ନ ଦେବା ଏବଂ ତମାଖୁ ବ୍ୟବହାରର କ୍ଷତି ବିଷୟରେ ବୁଧବାର ଅପରାହ୍ନ ୪ଟା ଯାଏଁ ସଚେତନ କରାଗଲା ।
ଉକ୍ତ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡରେ ସ୍ୱାସ୍ଥ୍ୟ ବିଭାଗରୁ ଜିଲ୍ଲା ଭେଷଜ ନିରୀକ୍ଷକ ସୁନିତା ନାଗ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ପରମେଶ୍ୱର ନାଏକ, ଜିଲ୍ଲା ପରମର୍ଶଦାତା ଶ୍ରୀ ସୀତେଶ ତ୍ରୀପାଠୀ, ଅବକାରୀ ବିଭାଗରୁ ଏ.ଏସ.ଆଇ. ଯତୀନ ଦୀପ, ଇ/ସି ପ୍ରଶାନ୍ତ ବାଗ ଏବଂ ପୋଲିସ ବିଭାଗରୁ ଏ.ଏସ.ଆଇ ଭଗତ ବେହେରା ଓ କନଷ୍ଟେବଳ ବୀରେନ୍ଦ୍ର ପୋଢ଼ ଉପସ୍ଥିତଥିଲେ ।
Sign in
Sign in
Recover your password.
A password will be e-mailed to you.