ଝାରବନ୍ଧରେ ଜାତୀୟ ପ୍ରେସ ଦିବସ ପାଳନ

5

ଝାରବନ୍ଧ -ମନୋହର ଦାଶ: ଝାରବନ୍ଧ ସାମ୍ବାଦିକ ଭବନ ଠାରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି।ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ପରିଗଣିତ ଗଣମାଧ୍ୟମ ଓ ତାର ପ୍ରତିନିଧିମାନେ ସର୍ବଦା ସମାଜର ହିତରେ କାର୍ଯ୍ୟରତ ରହୁଛନ୍ତି।ଅନେକ ଘାତ ପ୍ରତିଘାତରେ ସତ୍ୟକୁ ଲୋକଲୋଚନକୁ ଆଣୁଛନ୍ତି।କ୍ରମଶଃ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି।ସେମାନଙ୍କ ପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି କେତେକ ସାମ୍ବାଦିକ ମତ ବ୍ୟକ୍ତ କରି ଥିଲେ।ସମାଜରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିବାରେ ପ୍ରେସର ପ୍ରମୁଖ ଭୂମିକା ରହିଛି।ସାମ୍ବାଦିକମାନେ ମଧ୍ୟ ନିଜର ସ୍ୱାଧୀନତା ପ୍ରତି ଗୁରୁତ୍ୱ ଦେବାକୁ ଆଲୋଚନା ହୋଇଥିଲା।ସାମ୍ବାଦିକ ରମେଶ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମ୍ବାଦିକ ଯୋହନ କୁମ୍ଭାର,ପ୍ରଦୀପ ପ୍ରଧାନ,ଦେବେନ୍ଦ୍ର ସାହୁ,ଶିବ ପ୍ରସାଦ ପଟେଲ,ଦୀପକ ସାହୁ,ଆକାଶ ବାରିକ,ମନୋହର ଦାଶ ପ୍ରମୁଖ ମଂଚାସୀନ ଥିଲେ।

Leave A Reply

Your email address will not be published.