ପଦ୍ମପୁର ପ୍ରିଣ୍ଟ ମିଡିଆ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ।

5

ପଦ୍ମପୁର :- ସ୍ଥାନୀୟ ହୋଟେଲ ଚାନ୍ସେଲର ଠାରେ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି କିରଟି ସାହୁ ଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଲାଲ ବିହାରୀ ମିଶ୍ର, ରତ୍ନମଣି ଶତପଥୀ, ପ୍ରଦୀପ୍ତ କିଶୋର ଦାଶ ଅତିଥି ଭାବେ ଯୋଗଦେଇଥିଲେ। ବକ୍ତା ଭାବେ ବିଷ୍ଣୁ ପ୍ରସାଦ ବାଜପେୟୀ ଯୋଗଦେଇ ଜାତୀୟ ପ୍ରେସ ଦିବସ ତଥା ସମାଜ ରେ ସାମ୍ବାଦିକ ର ଭୂମିକା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସମାଜ ସେବୀ ନିରୋଜ ଦୋରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଉପ ସଭାପତି ନୀଳକଣ୍ଠ ଦୀପ ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ଡିଲେଶ୍ଵର ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଅଶ୍ଵିନି ଧରୁଆ, ସୁଦାମ ପଧାନ ଶିବାଶିଷ ପଟ୍ଟନାୟକ, ମକରଧ୍ଵଜ ବଗାର ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.