ଜଗତସିଂହପୁର,ତା-୧୬.୧୧.୨୦୨୪/ସୁମନ୍ତ କୁମାର ଦାସ: ଆଜି କଳିଙ୍ଗ ବାଲିଯାତ୍ରା ର ତୃତୀୟ ସନ୍ଧ୍ୟା ସ୍ଥାନୀୟ ବାଲିଯାତ୍ରା ପଡ଼ିଆରେ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ,ପାରାଦୀପ ଶ୍ରୀ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଶ୍ରୀ ପି.କେ ମହାପାତ୍ର , ମୁଖ୍ୟ କାରଖାନା ଅଧିକାରୀ, ଇଫକୋ ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଶ୍ରୀ ବସନ୍ତ କୁମାର ବିଶ୍ବାଳ, ଅଧ୍ୟକ୍ଷ, ପାରାଦୀପ ପୌର ପରିଷଦ ଏବଂ ଶ୍ରୀ ତ୍ରିନାଥ ସାହୁ , ମୁଖ୍ୟ ସାଧାରଣ ପରିଚାଳକ ପ୍ରକଳ୍ପ, ଆଇ.ଓ.ସି.ଏଲ। ଆଜିର ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାବା ଲୋକନାଥ ଗ୍ରୁପ ଦ୍ଵାରା ଭଜନ ସନ୍ଧ୍ୟା,ଦଧିବାବନଜୀଉ ସାଂସ୍କୃତିକ ସଂଗଠନ ଦ୍ଵାରା ସମ୍ବଲପୁରୀ ନୃତ୍ୟ, ସୁଭଦ୍ରା କ୍ଳାସିକାଲ ମ୍ୟୁଜିକ୍ ସ୍କୁଲ ଦ୍ଵାରା ସେମିକ୍ଳାସିକଲ୍ ଡାନ୍ସ, ନୃତ୍ୟଶ୍ରୀ କଳା ନିକେତନ ଟ୍ରଷ୍ଟ ଦ୍ଵାରା ଶିବ ତାଣ୍ଡବ, ବୁଧନ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସମ୍ବଲପୁରୀ ନୃତ୍ୟ, ଡାଲଖାଇ ଗ୍ରୁପ, ବଲାଙ୍ଗୀର ଡାଲଖାଇ ଏବଂ ସୃଷ୍ଟି ଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ସାଇକ୍ରିଷ୍ଣା କଳା ମଣ୍ଡପ, ଶ୍ରାବଣୀ କଳା ନିକେତନ ଏବଂ ପରମଜ୍ୟୋତି କଳାକ୍ଷେତ୍ର ଟ୍ରଷ୍ଟ ବିଭିନ୍ନ ପ୍ରକାର ଡାନ୍ସ ଓ ମଡର୍ଣ ଡାନ୍ସ ପରିବେଷଣ କରିଥିଲେ। ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଇଣ୍ଡିଆ’ସ ଗଟ ଟାଲେଣ୍ଟ ର ଭାଗ ନେଇଥିବା ଫ୍ଲାଗସୋମାନିଆ ।ଶେଷରେ ସ୍ୱୟଂପାଢ଼ୀ ଓ ଗ୍ରୁପ ର ମ୍ୟୁଜିକାଲ ବ୍ୟାଣ୍ଡ ର ସଙ୍ଗୀତ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା।
Sign in
Sign in
Recover your password.
A password will be e-mailed to you.
Prev Post
Next Post