ମଝି ନଇ ରେ ଫସିଲା ବୋଟ, ସୁରକ୍ଷିତ ଭାବେ ଉଦ୍ଧାର ।

6

 ବାସୁଦେବପୁର- ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଚୂଡ଼ାମଣି ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସାଗର ସାଥୀ ବୋଇତ ବନ୍ଦାଣ ମହୋତ୍ସବ ଅନୁଷ୍ଠିତ ହୋଇଛି। ପ୍ରତି ବର୍ଷ ପରି ସକାଳୁ ସକାଳୁ ସାଧବ ପୁଅ ମାନେ ବୋଟ ରେ ଯାଇ ଭ୍ରମଣ କରି ଫେରି ଆସି ଥିଲେ। ପ୍ରତି ବର୍ଷ ପରି ବାସୁଦେବପୁର ର ବିଭିନ୍ନ ଅଞ୍ଚଳ ରୁ ଆସୁଥିବା ଯାତ୍ରୀ ମାନେ ବିଭିନ୍ନ ବୋଟ ରେ ଜଳ ଯାତ୍ରା କରିବାକୁ ଯାଇଥିଲେ। ସମସ୍ତ ବୋଟ ସୁରକ୍ଷିତ ଭାବେ ଜଳ ଯାତ୍ରା ସାରି ଫେରି ଆସି ଥିବା ବେଳେ ଗୋଟିଏ ବୋଟ କୌଣସି କାରଣ ବଶତଃ ଜୁଆର ପାଣି କମି ଯିବା ଫଳରେ ମଝି ନଇ ରେ ରହି ଯାଇଥିଲା। ବୋଟ ରେ ଥିବା ଯାତ୍ରୀ ମାନେ ଦୀର୍ଘ ସମୟ ଧରି ହଇରାଣ ହୋଇଥିଲେ। ଖବର ପାଇ ସ୍ଥାନୀୟ ତହସିଲଦାର ସୌଭାଗ୍ୟ ପଣ୍ଡା ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରି ଥିଲେ। ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଜନ ସାଧାରଣ ଙ୍କ ଉଦ୍ୟମ କ୍ରମେ ଅନ୍ୟ ଛୋଟ ଛୋଟ ଡଙ୍ଗା ମାଧ୍ୟମ ରେ ସମସ୍ତ ଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.