ଟ୍ରକ ଧକ୍କାରେ ସ୍ତ୍ରୀ ମୃତ ସ୍ବାମୀ ଗୁରୁତର।

5

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବେତଡା ବଜାର ରେ ଏକ ଦୁଃଖ ଦାୟକ ଘଟଣା ଗୁରୁବାର ଅପରାହ୍ନ ରେ ଘଟି ଯାଇଛି। ସ୍ବାମୀ ବଳରାମ ନାୟକ ଓ ସ୍ତ୍ରୀ ଯଶୋଦା ନାୟକ ସାଇକେଲ ଯୋଗେ ଆସୁଥିବା ବେଳେ ଏକ ଆଇରନ ଟ୍ରକ ଧକ୍କା ଦେଇ ଥିଲା। ଫଳ ରେ ସ୍ତ୍ରୀ ଯଶୋଦା ନାୟକ ଙ୍କ ଉପରେ ଗାଡି ଚଢ଼ି ଯାଇଥିବାରୁ ସେଇଠି ତାଙ୍କର ମୃତ ହୋଇଥିଲା ବେଳେ ସ୍ବାମୀ ଗୁରୁତର ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିଲେ। ଦୁର୍ଘଟଣା ଘଟାଇ ଥିବା ଗାଡ଼ି ଥାନା ରେ ଅଟକ ରହିଥିଲା। ଘଟଣା ରେ ଉତ୍ୟକ୍ତ ହୋଇ ଲୋକ ମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରି ଥିବା ଲୋକ ମାନଙ୍କୁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବୁଝା ସୁଝା କରିବା ପରେ ରାସ୍ତା ଅବରୋଧ ଉଠି ଥିଲା। ଘଟଣା କୁ ନେଇ ବାସୁଦେବପୁର ରେ ଶୋକ ର ଛାୟା ଖେଳି ଯାଇଛି।

Leave A Reply

Your email address will not be published.