ପୋଡ଼ାପାଡ଼ି ଗ୍ରାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ !!!

6

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ପୋଡ଼ାପାଡି ଗ୍ରାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେଉଅଛି।  ତା ୧୫/୧୧/୨୦୨୪ ରିଖ ଶୁକ୍ରବାର ଦିନ ପ୍ରତ୍ୟୁଷ ୦୭ ଘଟିକା ରୁ ନାମଯଜ୍ଞ ଆରମ୍ କରାଯାଇ ଅଛି। ପାହାନ୍ତିଆ ନଗର କୀର୍ତ୍ତନ ସହିତ ସକାଳ  ୯ଘଟିକା ଠାରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଅଚ୍ଛି ।ଉକ୍ତ ନାମଯଜ୍ଞ ଧାର୍ମିକ କାର୍ଯ୍ୟକ୍ରମରେ ନିକଟସ୍ଥ ଗ୍ରାମରୁ ବହୁ ଭକ୍ତ ମଣ୍ଡଳୀ ସପରିବାର ଯୋଗଦାନ କରି ହରି ନମାମୃତ ରସ ସ୍ଵାଦନ ପୂର୍ବକ କାର୍ତ୍ତିକ ମାସରେ ନିଜକୁ ଧନ୍ୟ ମନେ କରୁ ଥିବାର ଜଣା ପଡ଼ିଛି।ତେବେ ବହୁତ ଦୂର ଦୁରାନ୍ତ ରୁ ବଲାଙ୍ଗିର କୀର୍ତ୍ତନ ମଣ୍ଡଳୀ ପହଂଚି ଏଠାରେ ପହଞ୍ଚି ହରି ନାମ ଶ୍ରବଣ କରି ଗ୍ରାମବାସୀ ମାନଙ୍କୁ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଓ ଗ୍ରାମ ର ଆଖ ପାଖର ସମସ୍ତେ ଆସି କୀର୍ତ୍ତନ କରିଥିବା ଦେଖିବାକୁ ମିଳିଥିଲା ଓ ଶ୍ରୀ ଧବଳେଶ୍ୱର ମନ୍ଦିର ସଭାପତି ବିଦ୍ୟା ରତ୍ନ ଚୌଧୁରୀ କହିଥିଲେ ଆଜି ସକାଳ ୯ଘଂଟିକା ଠାରୁ ତା ୧୬. ୧୧. ୨୦୨୪ ରିଖ ସକାଳ ୧୦ ଘଂଟିକା ପଯ୍ୟନ୍ତ ପ୍ରଶାଦ ସେବନ ର ଵେବସ୍ତା ଅଛି ବୋଲି ଜଣାଇଥିଲେ | ଉପସଭାପତି ତ୍ରିପତି ଝୋଡ଼ିଆ, ସମ୍ପାଦକ ରାଜେନ୍ଦ୍ର ଦୁରିଆ, ଡଉଲ ରତ୍ନ ଚୌଧୁରୀ, ନୀଳକଣ୍ଠ ଝୋଡ଼ିଆ,ସୁଦର୍ଶନ ସେଠି, ଅଜୁ ବେହେରା, ଛୋଟୁ ସିଂ,ସନ୍ତୁ ସ୍ୱାଇଁ, ତ୍ରିନାଥ ଦୋରା, ଡମ୍ବରୁ ସାହାଣୀ, ମୁନା ବେହେରା,ଶିବ ଶଙ୍କର ବାଘ,ଜ୍ୟୋତି ରତ୍ନ ଚୌଦୁରୀ, କୃଷ୍ଣ ପରିଚା, ଅଭିମନ୍ୟୁ ବେହେରା, ତ୍ରିପତି ସାହାଣୀ, ଅର୍ଜି ମାଝୀ, ସହ ଗ୍ରାମବାସୀ ଓ ଅଞ୍ଚଳ ବାସୀ ଙ୍କ ସାହାଯ୍ୟ ରେ ଏ ସବୁ ଵେବସ୍ତା ହେଇପାରିଛି ବୋଲି କମିଟି ଜଣାଇଛନ୍ତି ଓ କମିଟି ସଦସ୍ୟ ମାନେ  ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ଅତିଥେୟତା ପ୍ରଦାନ କରୁଛନ୍ତି। ନିତ୍ୟ ହରି ନାମ ସହ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହେଉଛି ସମଗ୍ର ଅଞ୍ଚଳ। ପବିତ୍ର ଧର୍ମ ମାସରେ ଏଭଳି ଧାର୍ମିକ ଭାବନା ନେଇ କାର୍ଯ୍ୟକ୍ରମ କରିଥିବାରୁ ଅଞ୍ଚଳରେ ଗ୍ରାମବାସୀଙ୍କୁ ଓ କମିଟି ସଦସ୍ୟ ଙ୍କୁ ବେଶ୍ ପ୍ରଶଂସା କରାଯାଉଛି।

Leave A Reply

Your email address will not be published.