ବେଲଗୁଣ୍ଠା – (ଶିବରାମ ଚୌଧୁରୀ )- ରିଖ କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ବିଦ୍ୟାଳୟ ମୁଖ୍ୟ ଫାଟକ ଠାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୁଢାକେନ୍ଦୁ ଯାତ୍ରାକୁ ଆସିଥିବା ଶ୍ରଦ୍ଧାଳୁ ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଏବଂ ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା, ରୋଭର ଲିଡର ପି ଦୀପକ ରାଓ, ଜାତୀୟ ସେବା ଯୋଜନା ଅଧିକାରୀ ଦୀପୁ ଭୂୟାଁଙ୍କ ନେତୃତ୍ୱରେ ଯୁବ ରେଡକ୍ରସ, ଭାରତ ସ୍କାଉଟ ଓ ଗାଇଡ଼, ଜାତୀୟ ସେବା ଯୋଜନା ଶାଖାର ସ୍ବେଛାସେବୀମାନେ ଉପସ୍ଥିତ ରହି ଯାତ୍ରୀମାନଙ୍କୁ ପାନୀୟ ଜଳ ବଣ୍ଟନ କରିଛନ୍ତି । ସ୍ବେଛାସେବୀମାନଙ୍କର ଏହି ମହତ କାର୍ଯ୍ୟକୁ ଆସିଥିବା ଶ୍ରଦ୍ଧାଳୁ, ଭକ୍ତ ଅଂଚଳର ବିଦ୍ୱାନ ବ୍ୟକ୍ତି ମାନେ ଉଚ୍ଚ ପ୍ରଶଂସା କରି ଏହି ଭଳି ସେବା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଉକ୍ତ ଜଳଦାନ, ସ୍ୱାସ୍ଥ୍ୟ ସଚେତନତା, ଟ୍ରାଫିକ ନିୟନ୍ତ୍ରଣ ସେବା ଶିବିରରେ ବିଦ୍ୟାଳୟର କର୍ମଚାରି ପ୍ରମୁଖ ଯଥାକ୍ରମେ ଦେବେଶ ଚନ୍ଦ୍ର ମହାପାତ୍ର, ତ୍ରିନାଥ ବେହେରା, ପ୍ରଦୀପ ଦିଗାଲ, ଜୟଶ୍ରୀ ସେଠି, ଯମୁନା ଖୁଣ୍ଟିଆ, ଶିବାନୀ ନାୟକ, ବୁଦ୍ଧିରାମ ବିଶ୍ୱାଳ, ରାମଚନ୍ଦ୍ର ନାୟକ, ବଳରାମ ଗୌଡ଼, ପ୍ରତିମା ନାଇକ, ସନ୍ତୋଷ ବିଶୋଇ, ମହେଶ୍ୱର ନାଇକ ଉପସ୍ଥିତ ରହି ଶିବିର ପରିଚାଳନାରେ ସହ ଯୋଗ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post