ପଦ୍ମପୁର:- ପଦ୍ମପୁର ଉପଖଣ୍ଡ ପାଇକମାଲ କୁବେର ସାଇ ର ବୋଇତ ବନ୍ଧାଣ ସହ ବାର୍ଷିକ ଉତ୍ସବ ସାଲେପାଲି ଡ୍ୟାମ ଶିବ ମନ୍ଦିର ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ଆଜି ସକାଳୁ ପାଇକମାଲ କୁବେର ସାଇ ର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ପ୍ରଥମେ ସାଲେପାଲି ଖଣ୍ତିଝରଣ ଡ୍ୟାମରେ ବୋଇତକୁ ପୂଜା ଅର୍ଚ୍ଚନା କରି ଭସାଇଥିଲେ । ଏହାପରେ ଶିବ ମନ୍ଦିର ପରିସରରେ ପାଇକମାଲ ସାଇ ସଭାପତି ସୁରଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ଓଡିଶା ଛତିଶଗଡ଼ କୁବେର ସମାଜ ମହାସଭା ସଭାପତି ଲକ୍ଷ୍ମଣ ସାହୁ, ସମ୍ମାନିତ ଅତିଥି ଭାବେ ପଶ୍ଚିମାଞ୍ଚଳ ଓଡିଶା ଛତିଶଗଡ଼ କୁବେର ସମାଜ ମହାସଭା ଯୁବାମଞ୍ଚ ସଭାପତି ଲିଙ୍ଗରାଜ ସାହୁ, ପଶ୍ଚିମାଚଳ ଓଡିଶା ଛତିଶଗଡ଼ କୁବେର ସମାଜ ମହାସଭା ମାତୃମଞ୍ଚ ସମ୍ପାଦିକା ରଶ୍ମିତା ସାହୁ ଯୋଗ ଦେଇଥିଲେ । ପାଇକମାଳ ମାତୃମଞ୍ଚ ସଭାନେତ୍ରୀ ବଉଳ ସାହୁ ଓ ସମ୍ପାଦିକା ଲକ୍ଷ୍ମୀ ସାହୁ ଭାଗବତ ପଠନ କରି ସଭା ଆରମ୍ଭ କରାଯାଇଥିଲା । ସମ୍ପାଦକ ସୁଶାନ୍ତ ସାହୁ ବାର୍ଷିକ ବିବରଣୀ ସହ ଗତ ବର୍ଷର ଆୟ ବ୍ୟୟର ହିସାବ ପଠନ କରିଥିଲେ । ପାଇକମାଲ ସାଇ ରେ ଅକ୍ଷୟ ବେହେରା ଓ ଦୀପକ କୁମାର ସାହୁ ନୂତନ ସଦସ୍ୟ ଭାବେ ଯୋଗ ଦେଲେ । ପାଇକମାଳ ମାତୃମଞ୍ଚ ସମ୍ପାଦିକା ଲକ୍ଷ୍ମୀ ସାହୁ, ପିଙ୍କି ସାହୁ, ସୋମନାଥ ସାହୁ, ପ୍ରଫୁଲ ସାହୁ, ସଚିତାନନ୍ଦ ସାହୁ, ପ୍ରଦୀପ ସାହୁ, ସୁର୍ଦଶନ ସାହୁ ସହଚସାହିର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ସହଯୋଗ କରିଥିବା ବେଳେ ସାଇ ର ପ୍ରଫୁଲ ସାହୁ ଧନ୍ୟବାଦ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post