ପଦ୍ମପୁର:- ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ପାଞ୍ଚ ଦିନ ଧରି ଚାଲିଥିବା ପଞ୍ଚୁକ ବୁଡ ଶେଷ ସହ କାର୍ତ୍ତିକ ମେଲା ଶୁକ୍ରବାର ଦିନ ଉଦଯାପିତ ହୋଇ ଯାଇଛି । ପଞ୍ଚୁକ ପାଞ୍ଚ ଦିନ ଯାକ ଏଠାରେ ମାଁ ଉଭଣୀ ମାନେ ଶହଶହ ସଂଖ୍ଯାରେ ଏକତ୍ରିତ ହୋଇ ଭୋର ରୁ ଝରଣାରେ ଗାଧୋଇ କାର୍ତ୍ତିକ ପୁରାଣ ପାଠ କରି ତୁଳସୀ ଚଉରା ମୂଳରେ ପୂଜାପାଠ କରୁଥିଲେ । କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ହଜାର ହଜାର ସଂଖ୍ଯାରେ ଭକ୍ତ ମାନେ ଶିବ ମନ୍ଦିର ନିକଟରେ ଓ ଗୋକୁଳ ଘାଟ ପାଖରେ ରାତ୍ର ଦୁଇଟାରୁ ପରିବାର ର ଭବିଷ୍ୟତ ଜୀବନ ସୁଖମନାସି ଦୀପ ଯାଳି ଝରଣାରେ ବଇତ ବନ୍ଦାଣ କରିଛନ୍ତି । ଦୂର ଦୂରାନ୍ତରୁ ଆସି ଥିବା ମାଁ ଉଭଣୀ ମାନେ ଦିନ ବେଳା ମଧ୍ଯ ବଇତ ବନ୍ଦାଣ କରୁଥିବା ଦେଖାଯାଇଛି । ଭକ୍ତ ମାନଙ୍କ ପ୍ରବଳ ଭିଡ ଯୋଗୁଁ ଅନେକ ସମୟ ଲାଇନରେ ଠିଆ ହୋଇ ଅପେକ୍ଷା କରିଥିବା ଭକ୍ତଙ୍କୁ ପୁଜକ ମାନେ ସୁରୁଖୁରରେ ଠାକୁର ଙ୍କୁ ଦର୍ଶନ କରାଉ ଥିଲେ । ଦୋକାନ ବଜାରରେ ପ୍ରବଳ ଭିଡ ଯୋଗୁଁ ହୋଟେଲ ମାନଙ୍କରେ ଖାଇବା ଜିନିଷ ସରିଯାଉଥିଲା । ପ୍ରାୟ ପଚାଶ ହଜାର ରୁ ଉର୍ଦ୍ଧ୍ବ ଭକ୍ତ ଏକତ୍ରିତ ହୋଇଥିଲେ ବୋଲି ନୃସିଂହନାଥ ମନ୍ଦିର କାର୍ଯ୍ଯ ନିର୍ବାହ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ କହିବା ସହ ମନ୍ଦିର କର୍ମଚାରୀ,ସ୍ଥାନୀୟ ସ୍ବେଚ୍ଛାସେବୀ, ପୋଲିସ ଷ୍ଟାପ ପ୍ରମୁଖ ପରିଶ୍ରମ କରିଶାନ୍ତି ଶୃଙ୍ଖଳା ରକ୍ଷା ସହ ବିଭିନ୍ନ କାମରେ ସହଯୋଗ କରିଥିଲେ । କାର୍ତ୍ତିକ ଯାତ୍ରା ବହୁତ ସୁରୁ ଖୁରୁରେ ଶେଷ ହୋଇଥିଲା, ଗୁରୁବାର ରାତ୍ରରେ ମନ୍ଦିରରେ ଅଁଳାତଳ ଓ ଚତୁର୍ଦ୍ଦଶୀ ପୂଜା କରାଯାଇଥିଲା । ରାତ୍ର ନଅଟା ସମୟରେ ପ୍ରାୟ ପାଞ୍ଚ ହଜାର ଭକ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରା ଯାଇଥିଲା ବୋଲି ମନ୍ଦିର କାର୍ଯ୍ଯ ନିର୍ବାହ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post