ପଦ୍ମପୁର :- ପଦ୍ମପୁରର ହନୁମାନପଡା ସ୍ଥିତ ହନୁମାନଙ୍କ ମନ୍ଦିର ପ୍ରାଙ୍ଗଣର କାଳୀମଣ୍ଡପ ରେ ନଅଦିନ ଧରି ଚାଲିଥିବା ରାମାୟଣ ନବାହ ପାରାୟଣ ମହାସମାରୋହ ରେ ଉଦଯାପିତ ହୋଇଯାଇଛି। ବ୍ୟାସକାର ଶ୍ରୀ ନାରାୟଣ ଓଝା ଓ ତାଙ୍କର ସାଥୀଙ୍କ ଦ୍ଵାରା ଅତି ସୁନ୍ଦର ଉପସ୍ଥାପନା ଏକ ଭକ୍ତିମୟ ପରିବେଶ ସୃଷ୍ଟି କରୁଥିଲା। ଏହାକୁ କାର୍ତ୍ତିକ ବ୍ରତ କରିଥିବା ହଜାର ହଜାର ଶ୍ରଦ୍ଧାଳୁ ମନଭରି ଉପଭୋଗ କରିଥିଲେ। ପ୍ରଥମ ଥର ପାଇଁ ଅନୁଷ୍ଠିତ ରାମାୟଣ ପାରାୟଣ କୁ ଶୁଣିବା ପାଇଁ ଅସଂଖ୍ୟ ଶ୍ରଦ୍ଧାଳୁ ପ୍ରତ୍ୟହ ଯୋଗଦେଉ ଥିଲେ।ଏଠାରେ ଉଲ୍ଲେଖ ଯୋଗ୍ୟଯେ ପଦ୍ମପୁର ହନୁମାନପଡ଼ା ମହିଳା ସମିତିର ସଦସ୍ୟା ଶ୍ରୀମତି ରୁକ୍ମିଣୀ ମହାପାତ୍ର, ଶ୍ରୀମତି ରୋହିଣୀ ମିଶ୍ର, ଶ୍ରୀମତି ଭାରତୀ ପଟ୍ଟନାୟକ, ସୁଶ୍ରୀ ତୃପ୍ତିମୟୀ ଦାଶ, ସୁଶ୍ରୀ ମଞ୍ଜୁଲତା ପାଢ଼ୀ, ଶ୍ରୀମତି ସୁଭାଷିନୀ ପଧାନ, ଶ୍ରୀମତି ଅମ୍ବିକା ନାୟକ, ଶ୍ରୀମତି ରମ୍ଭା ସାହୁ, ଶ୍ରୀମତି କଳ୍ପନା ରାଣୀ ନାଥ, ଶ୍ରୀମତି ଜୟଶ୍ରୀ ଶତପଥୀ, ଶ୍ରୀମତି ଜ୍ୟୋତ୍ସ୍ନା ରାଣୀ ପଣ୍ଡା, ଶ୍ରୀମତି ବିନୋଦିନୀ ହଂସ, ଶ୍ରୀମତି ମେନକା ଦାଶ, ଶ୍ରୀମତି ସୁଷମା ପଣ୍ଡା, ଶ୍ରୀମତି ମୋହିନୀ ପଟ୍ଟନାୟକ, ଶ୍ରୀମତି ଶୁଭ୍ରା ଶତପଥୀ ଓ ଅନ୍ୟ ସଦସ୍ୟା ମାନେ ପ୍ରତିବର୍ଷ କାର୍ତ୍ତିକ ମାସରେ ବ୍ରତ କରିବା ସହ ଭାଗବତ ପାରାୟଣ କାର୍ଯ୍ୟକ୍ରମର ଆୟୋଜନ କରାଇଥାନ୍ତି। ଏହି ପାରାୟଣର କର୍ତ୍ତା ଦାୟିତ୍ୱ ଶ୍ରୀ ରବିନାରାୟଣ ଦାଶ ଓ ତାଙ୍କର ସହଧର୍ମିଣୀ ଶ୍ରୀମତି ସଞ୍ଜୁରାଣୀ ଦାଶ ତୁଲାଇଥିଲେ। ହନୁମାନପଡ଼ା ର ସମସ୍ତ ବ୍ୟକ୍ତି ବିଶେଷ ସବୁ କାର୍ଯ୍ୟ ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post