କ୍ରୟ ବ୍ୟବସ୍ଥା ରେ ସ୍ୱଛତା ଅବଲମ୍ବନ ହେଉ ,୨୦ରୁ ଧାନକ୍ରୟ ଆରମ୍ଭ

5

 ବିଜେପୁର :-ବିଜେପୁର ବ୍ଳକ୍‌ର ବିଜେପୁର, ଏମ୍. ଶ୍ରୀଗିତା, ଲାଉମୁଣ୍ଡା, ବଡ଼ବାଉଁସେନ, ସାଇପାଲି, ତାଳପଦର ଆଦି ସମବାୟ ସମିତିଗୁଡ଼ିକ ମଣ୍ଡି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି
ସାଟେଲାଇଟ୍ ସର୍ଭେ ରିପୋର୍ଟକୁ ନେଇ ଚିନ୍ତାରେ ଚାଷୀଛୋଟ ଧାନ ସଂପୂର୍ଣ୍ଣ ଅମଳ ହୋଇ ସାରିଥିବା ବେଳେ ବାହାଲରେ ହୋଇଥିବା ବଡ଼ ଧାନ ବି ଅମଳ ଆରମ୍ଭ ହେଲାଣି l ତେଣୁ ଚାଷୀ ମଣ୍ଡି ଅପେକ୍ଷାରେ ରହିଛନ୍ତି l ଚଳିତ ବର୍ଷ ସାଧାରଣ ଧାନ କ୍ଯୁଣ୍ଟାଲ ୨୩ ଶହ ଓ ଇନପୁଟ ସବ୍‌ସିଡି ୮୦୦ ଟଙ୍କା ମିଶି ମୋଟ ୩୧ ଶହ ଟଙ୍କାରେ ଚାଷୀ ବିକ୍ରି କରିବେ ତେଣୁ ସରକାରଙ୍କ ଦ୍ବାରା ଘୋଷିତ ସହାୟକ ମୂଲ୍ୟ ୩୧ଶହ ଟଙ୍କା କେବଳ ଉନ୍ନତ ମାନର (ଏଫଏକ୍ୟୁ) ଧାନ ପାଇଁ ପ୍ରଯୁଜ୍ୟ ରହିଛି lଏକ କ୍ରିଣ୍ଟାଲ ଧାନରେ ୧୭ ପ୍ରତିଶତ ଆର୍ଦ୍ରତା ଓ ୧୬ କେଜି ପର୍ଯ୍ୟନ୍ତ ଅପରିଷ୍କୃତ ମିଶ୍ରଣ ଥିଲେ ବି ଧାନର ଏଫଏକ୍ୟୁ ମାନରେ କୌଣସି ଅସୁବିଧା ହେବନାହିଁ ବୋଲି ଇସ୍ତାହାରରେ ଦର୍ଶାଇଛି ବିଗତ ବର୍ଷମାନଙ୍କରେ ଧାନ ସଂଗ୍ରହ ବେଳେ କ୍ଯୁଣ୍ଟନ ପିଛା ୫ରୁ ୧୦ କେଜି କଟନୀ ଛଟନି ହୋଇଥିଲା lଚଳିତ ବର୍ଷ କିପରି ଧନକ୍ରୟ କରାଯିବ ତା’ ଉପରେ ସମସ୍ତ ଙ୍କ ନଜର ରହିଛି l ସରକାରଙ୍କ ନିୟମାନୁସାରେ
ଧାନ କ୍ରୟ ହେଉ ଓଧାନ ଯାଞ୍ଚ ବେଳେ ଅନିୟମିତତା, ବାଟମାରଣା, କଟନି ଛଟନି ଆଦି ବନ୍ଦ କରାଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି l ଚଳିତ ବର୍ଷ ଧାନ କାର୍ଡ ତିଆରି ପାଇଁ ଫସଲ ଯାଞ୍ଚ ବେଳେ ସାଟେଲାଇଟ ସର୍ଭେ ହୋଇଛି ତେବେ ଚାଷୀର ଯେଉଁ ଜମିରେ ଚାଷ ହୋଇଛି ଅନ୍ୟ ଜମିକୁ ମଧ୍ୟ ସାଟେଲାଇଟ କ୍ୟାମେରା ଦେଖାଇଛି l ଫଳରେ କେତେକ ଚାଷୀଙ୍କ ଧାନ ଉତ୍ପାଦନ ପରିମାଣର ସଠିକ ତଥ୍ୟ ସଂଗ୍ରହରେ ସମସ୍ୟା ରହିଛି କେତେକାଂଶରେ ଅଧିକ ଧାନ ଉତ୍ପାଦନ କରୁଥିବା ଚାଷୀ କମ ପରିମାଣର ଟୋକନଆଶଙ୍କା ରହୁଛି l ତେଣୁ କାର୍ଡରେ ଧାନ ବିକ୍ରି କରିବା ପରେ ବଳକା ଧାନକୁ କେମିତି ବିକିବେ ସେ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି l
ଟୋକନଧାରୀ ଚାଷୀଙ୍କ ଖାତାକୁ ବୋନସ ପଇସା ଆସିବା ବ୍ୟବସ୍ଥା ରହିଛି l ତେଣୁ ଜଣେ ଚାଷୀ ଅନ୍ୟ ଚାଷୀର କାର୍ଡରେ ଧାନ ବିକ୍ରି କରିବାକୁ ସହଜ ମଣୁନାହାନ୍ତି ଫଳରେ ଅଭାବୀ ବିକ୍ରି ହେବା ଆଶଙ୍କା ଦେଖାଦେଇଛି ବାଟମାରଣା, ଦଲାଲରାଜ ତଥା ଭିଡକୁ ରୋକିବା ପାଇଁ ସରକାର ଟୋକନ ବ୍ୟବସ୍ଥା କରିଥିବା ବେଳେ ଏହି ଯୋଜନାର ସଫଳ ରୂପାୟନ କେମିତି ହୋଇପାରିବ ସେ ଦିଗରେ ପ୍ରଶାସନ କଡ଼ା ନଜର ରଖିବାକୁ ଚାଷୀମାନେ ଦାବି କରିଛନ୍ତି। ଧାନକ୍ରୟ ବିକ୍ରୟ ବ୍ୟବସ୍ଥାରେ ସଂପୃକ୍ତ ଅଧିକାରୀ କର୍ମଚାରୀ ମାନେ ସରକାର ଙ୍କ ଇସ୍ତାହାର ବିଷୟରେ ଅବଗତ ହେବା ସହ ଓ ଚାଷୀମାନେ କିଭଳି ସଚେତନ ରହିବେ ସେ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି l

Leave A Reply

Your email address will not be published.