(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବଜାର ସ୍ଥିତ ହୋଟେଲ ନିୟୁ ମହାରାଜାର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ହନୁମାନ ଚାଳିଶା ଯଜ୍ଞ ସହିତ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରାଯାଇଛି। ପ୍ରୋପାଇଟର ସୁଶାନ୍ତ କୁମାର ସାହୁ ସମାଜର ମଙ୍ଗଳ ସାଧନ ନିମନ୍ତେ ହନୁମାନ ଚାଳିଶା ଯଜ୍ଞ ଏବଂ ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ପାଇଁ ପୂଜାର୍ଚ୍ଚନା କରିବା ପରେ ପରେ ନିଶ୍ଚିନ୍ତକୋଇଲି ବଜାର ବ୍ୟବସାୟୀମାନଙ୍କ ସମେତ ବିଭିନ୍ନ ଅନୁଷ୍ଠାନ, ଅଞ୍ଚଳବାସୀମାନଙ୍କ ନିମନ୍ତେ ସୁସାଦୁ ଖାଦ୍ୟ ର ବ୍ୟବସ୍ଥା କରିଥିଲେ । ପଣ୍ଡିତ ପ୍ରଶାନ୍ତ ପଣ୍ଡା ହନୁମାନ ଚାଳିଶା ପାଇଁ ପୂଜାପାଠ କରିଥିଲେ । ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ପାଖାପାଖି ୧ହଜାର ରୁ ଉର୍ଦ୍ଧ ଲୋକମାନଙ୍କ ପାଇଁ କରାଯାଇଥିଲା । ଏହି ଅବସରରେ ହୋଟେଲ ନିୟୁ ମହାରାଜାର ପ୍ରୋପାଇଟର ଶ୍ରୀ ସାହୁ ପ୍ରକାଶ କରିଥିଲେ କି ମହାପ୍ରଭୁଙ୍କ କୃପା ଏବଂ ଜନସାଧାରଣଙ୍କ ଭଲପାଇବା, ସ୍ନେହ ଓ ଶ୍ରଦ୍ଧାରେ ଏହି ବ୍ୟାପାର ଆଗେଇ ଚାଲିଛି ।
Sign in
Sign in
Recover your password.
A password will be e-mailed to you.