ରାଜ୍ୟ ବ୍ୟାଡମିଣ୍ଟନରେ ଓଡ଼ଗାଁର ଓଜସ୍ୱିନୀ କ୍ୱାର୍ଟର ଫାଇନାଲିଷ୍ଟ

18

,
ଓଡ଼ଗାଁ, ୩୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଛାତ୍ରୀ ଓଜସ୍ୱିନୀ ମହାପାତ୍ର ୟୁନେସ୍କ-ସନରାଇଜ୍ ଓଡ଼ିଶା ଲେବୁଲ-୩ ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍-୨୦୨୬ରେ ସଫଳତା ହାସଲ କରିଛନ୍ତି। ୧୭ ବର୍ଷରୁ କମ୍ ବାଳିକା ଏକକ ବର୍ଗରେ ଅଂଶଗ୍ରହଣ କରି ସେ କ୍ୱାର୍ଟର ଫାଇନାଲିଷ୍ଟ ହୋଇଛନ୍ତି। ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଚାରକ ଓ ଅତିଥିମାନଙ୍କ ପକ୍ଷରୁ ପ୍ରଶଂସା ମିଳିଥିବା ବେଳେ ଓଜସ୍ୱିନୀଙ୍କ ସଫଳତା ଓଡ଼ଗାଁ ଅଞ୍ଚଳ ପାଇଁ ଗୌରବ ଆଣିଛି। ଖେଳ ପ୍ରତି ତାଙ୍କର ନିଷ୍ଠା ଆଗାମୀ ଦିନରେ ତାଙ୍କୁ ଆହୁରି ସଫଳତା ଦେବା ସହ ଅଞ୍ଚଳର ଅନ୍ୟ ଖେଳାଳିଙ୍କ ପାଇଁ ପ୍ରେରଣା ହେବ ବୋଲି ପ୍ରଶିକ୍ଷକ ସୋନାଲୀ ସାହୁ କହିଛନ୍ତି। ସେ ଓଜସ୍ୱିନୀଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟସ୍ତରୀୟ ଏହି ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ସେପ୍ଟେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ରାୟଗଡ଼ାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଖେଳାଳି ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.