ଓଡ଼ଗାଁ, ୩୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ସ୍ୱଚ୍ଛ ସାଥୀ ଓ ପରିମଳ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ବୁଧବାର ଓଡ଼ଗାଁ ଡାକ୍ତରଖାନା ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ଡା. ନିଲାଞ୍ଜନ ଦାସ, ଡା. ସମ୍ବିତ୍ ପ୍ରସାଦ ଓ ଡା. ପ୍ରଣତି ମଞ୍ଜରୀ ଶର୍ମା ସ୍ୱଚ୍ଛ ସାଥୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସାନିଟେସନ୍ ଏକ୍ସପର୍ଟ ବରଦା ପ୍ରସନ୍ନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୂର୍ଯ୍ୟକାନ୍ତ ପଟ୍ଟନାୟକ ଓ ପ୍ରତାପ କୁମାର ଯେନା ସହଯୋଗ କରିଥିଲେ। ସ୍ୱଚ୍ଛତା ଓ ବ୍ୟକ୍ତିଗତ ପରିଚ୍ଛନ୍ନତା ପାଇଁ ସ୍ୱଚ୍ଛ ସାଥୀମାନଙ୍କୁ ବିଭିନ୍ନ ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଥିଲା। ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେହେରା ଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟର ମାନ ଓ ପରିମଳ ବ୍ୟବସ୍ଥା ଯାଞ୍ଚ କରିଥିଲେ।
Sign in
Sign in
Recover your password.
A password will be e-mailed to you.