ଅସ୍ତରଙ୍ଗ/ଦୁଃଶାସନ ନାୟକ, ୧/୧୧, ପୁରୀ ଜିଲ୍ଲା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ , ଅସ୍ତରଙ୍ଗ-କୋଣାର୍କ- ବ୍ରହ୍ମଗିରି-ପୁରୀ ସମୁଦ୍ରରୁ ମାଛ ନ ମାରିବା ଉପରେ ଜିଲ୍ଲା ମତ୍ସ୍ଯ ବିଭାଗ ଓ ବନବିଭାଗ ର ମିଳିତ ସହାୟତାରେ ନଭେମ୍ବର ୧ରୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ନ ଧରିବା ପାଇଁ କଟକଣା ଲାଗୁ କରାଯାଇଛି । ନୁଆଗଡ ଜେଟି ଠାରୁ ଦେବୀ ନଦୀ ଓ କେଳୁଣୀ ମୁହାଣ ପର୍ୟ୍ଯନ୍ତ ସମୁଦ୍ର ଭିତରେ ୨୦ କିଲୋମିଟର ପଯ୍ୟନ୍ତ, ମତ୍ସ୍ଯଜୀବୀ ମାନଙ୍କୁ କଇଁଛ ମାନଙ୍କ ପ୍ରଜନନ ଋତୁ ଆରମ୍ଭ ହେବାକୁ ଯାଉ ଥିବାରୁ ସମୁଦ୍ରକୁ କୌଣସି ପ୍ରକାର ର ଯନ୍ତ୍ର ଚାଳିତ ଡ଼ଙ୍ଗା,ଟ୍ରଲର ପ୍ରବେଶ ନକରିବା ପାଇଁ ବାରଣ କରାଯାଇଅଛି । ବନ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ହେବା ପରେ ଗଙ୍ଗାଦେବୀ,ଦେବୀ ନଦୀ ମୁହାଣ, କେଳୁଣି ମୁହାଣ ଅଞ୍ଚଳ ରେ ଥିବା ଶହ ଶହ ମତ୍ସ୍ଯଜୀବୀ ଘରେ ହାତ ବାନ୍ଧି ବସି ରହିବେ ବୋଲି ମତ୍ସ ଯିବି ସଂଘ ପ୍ରକାଶ କରିଛି । ରାଜ୍ଯ ସରକାର ଅଲିଭ୍ ରିଡ଼ଲେ ଓ ମାଛ ମାନଙ୍କ ବଂଶ ବୃଦ୍ଧିକୁ ଦୃଷ୍ଟି ରେ ରଖି କଟକଣା ଜାରୀ କରୁଥିବା ବେଳେ ଯେଉଁ ମାନେ ନିଜ ପରିବାର ଚଳାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି, ସେମାନେ କଟକଣା ପାଇଁ ଘରେ ହାତବାନ୍ଧି ବସି ରହି କେମିତି ପରିବାର ଚଳେଇବେ ସେଥିପାଇଁ ସରକା ଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.