ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ବିଭିନ୍ନ ଦାବୀ ସମ୍ମିଳିତ ଦରଖାସ୍ତ ଜିଲ୍ଲାପାଳଙ୍କୁ ସଂଘର କର୍ମକର୍ତ୍ତା ମାନେ ଦେଇଛନ୍ତି। ସହ ଏଥିରେ ବିଭିନ୍ନ ଦାବୀ ଯଥା :- ୨୦୨୫ ମସିହା ମାର୍ଚ୍ଚ ମାସରେ ସଂସଦରେ ଅନୁମୋଦିତ ପେନସନ ବିଲକୁ ପ୍ରତ୍ୟାହାର କରିବା ଏବଂ ଡି.ଏସ୍.ନାକରା ରାୟ ପେନସନ ଆଧାରରେ ପ୍ରତ୍ୟେକ ପେନସନଭୋଗୀଙ୍କୁ ସମାନ ସୁବିଧା ଯୋଗାଇଦେବା , ଭବିଷ୍ଯତ ବେତନ କମିଶନରେ ପେନସନଭୋଗୀଙ୍କୁ ସୁବିଧା ବ୍ୟବସ୍ଥା ରଖିବା ,୧.୧.୨୦୨୬ ପୂର୍ବରୁ ଅବସର ନେଇଥିବା ପେନସନଭୋଗୀଙ୍କୁ କେନ୍ଦ୍ରୀୟ ଅଷ୍ଟମ ବେତନ କମିସନରେ ସ୍ଥାନ ଦେବା , ପେନସନ ବେତନରେ ୫୦℅ ମହଙ୍ଗା ଭତ୍ତା / ରିଲିଫ ପେନସନ ସହିତ ସାମିଲ କରିବା , ସମସ୍ତ ଅବସର ସରକାରୀ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ କ୍ୟାସଲେସ ଚିକିତ୍ସା ସୁବିଧା କରିବା , ଏନପିଏସ ଓ ୟୁପିଏସକୁ ବାତିଲ କରି ରାଜ୍ୟ କେନ୍ଦ୍ର ଓ ସ୍ୱୟଂଶାସିତ ସଂସ୍ଥାର କର୍ମଚାରୀ ମାନଙ୍କୁ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା , ପିଏଫଆରଡିଏ ଆଇନକୁ ବାତିଲ କରିବା , ରେଳଯାତ୍ରା ଓ ବିମାନଯାତ୍ରାରେ ୫୦℅ ରିହାତି ଦେବାବ, କୋଭିଡ-୧୯ ସମୟର ବକେୟା ଡିଏ ପ୍ରଦାନ କରିବା , ପେନସନ କ ମ୍ୟୁଟେସନ ପରିଶୋଧ ବ୍ୟବସ୍ଥାକୁ ୧୦ ବର୍ଷ ୮ ମାସ ରଖିବା , ୬୫ ରୁ ୭୫ ବର୍ଷ ପେନସନଭୋଗୀଙ୍କୁ ୫ ବର୍ଷରେ ୧୦℅ ବୃଦ୍ଧି କରିବା , ୮୦ ବର୍ଷ ପୂରଣ ପରେ ୨୦℅ ବୃଦ୍ଧି କରିବା , ପେନସନ ଭୋଗୀଙ୍କୁ ଅଭିଯୋଗ ଓ କଲ୍ୟାଣ ସମ୍ୱନ୍ଧୀୟ ବିଷୟ ଜାଣିବାପାଇଁ ଆଇନଗତ ଜାତୀୟ ବରିଷ୍ଠ ନାଗରିକ କମିଶନ ଗଠନ କରିବା ଏହିଭଳି ବିଭିନ୍ନ ଦାବୀ ଉପସ୍ଥାପନା କରିଥିଲେ। ଉପରୋକ୍ତ ଦାବୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ସକାଶେ ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଥିଲା। ଏଥିରେ ସଂଘର ସଭାପତି ଅଶ୍ୱିନୀ କୁମାର ପାଢୀ , ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ସଂଘର ଅନ୍ୟାନ୍ୟ ସଭ୍ୟ/ସଭ୍ଯା ଯୋଗ ଦେଇଥିଲେ।